ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ଛତିଶଗଡ଼ ପୋଲିସକୁ ବଡ଼ ସଫଳତା। ସୀମାନ୍ତ ଛତିଶଗଡ଼ର ବିଜାପୁରରେ ପୋଲିସ ସର୍ଚ୍ଚିଂ କରିବା ବେଳେ ମାଓବାଦୀ କ୍ୟାମ୍ପ ଠାବ କରିଥିଲା। ମାଓ କ୍ୟାମ୍ପକୁ ସୁରକ୍ଷା କର୍ମୀମାନେ ଉଡ଼ାଇ ଦେଇଥିବା ବେଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଉପରେ ମାଓବାଦୀମାନେ ଗୁଳି ମାଡ଼ କରିଥିବା ବେଳେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା।

ପୋଲିସ-ମାଓବାଦୀଙ୍କ ଗୁଳିବିନିମୟ ଭିତରେ ୫ ଜଣ ମାଓବାଦୀ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି। ବିଜାପୁର ଜଙ୍ଗଲରେ ୧୫୦ ମାଓବାଦୀ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା। ଡିଆର୍‌ଜି ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ ବୋଲି ପୋଲିସ ଆଇଜି ବିବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି।

Comment