ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ରବିବାର ଦିନ ଡିଜେଲ ଦର ଅପେକ୍ଷା ପେଟ୍ରୋଲ ଦର କମ୍ ରହିଥିଲା।

ରାଜଧାନୀ ଭୁବନେଶ୍ୱରରେ ରବିବାର ଦିନ ପେଟ୍ରୋଲ ଦର ତୁଳନାରେ ଡିଜେଲ ଦାମ ଅଧିକ ରହିଥିଲା। ଦେଶରେ ପ୍ରଥମ ଥର ପାଇଁ ଏଭଳି ହୋଇଛି – ଡିଜେଲ ମହଙ୍ଗା ଅଥଚ ପେଟ୍ରୋଲ ଶସ୍ତା। ଡିଜେଲ ଲିଟର ପିଛା ୮୦ ଟଙ୍କା ୬୯ ପଇସା ଥିବା ବେଳେ ପେଟ୍ରୋଲ ଦର ଲିଟର ପିଛା ୧୨ ପଇସା କମ୍ ଥିଲା। ଏହିଭଳି ଏକ ପରିସ୍ଥିତି ଅବିଶ୍ୱସନୀୟ ଲାଗୁଥିଲେ ବି ଡ଼ିଜେଲ ଦାମ ଆସ୍ତେ ଆସ୍ତେ କମୁଥିବାରୁ ଓ ପେଟ୍ରୋଲ ହଠାତ ଶସ୍ତା ହେବା ଯୋଗୁଁ ଏହି ସ୍ଥିତି ଉପୁଜିଛି।

ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଞ୍ଜୟ ଲାଠଙ୍କ କହିବା ଅନୁଯାୟୀ, “ଡିଜେଲ ଓ ପେଟ୍ରୋଲ ଦର ଭିତରେ ସାଧାରଣତଃ ଦଶ ପଇସା ବ୍ୟବଧାନ ରହିବା କଥା। କିନ୍ତୁ ଗତ ଦୁଇ ମାସ ଧରି ଡିଜେଲର ମୂଳ ଦର ପେଟ୍ରୋଲ ତୁଳନାରେ ବରାବର ଅଧିକ ରହିଛି”। ଲାଠ ଆହୁରି ମଧ୍ୟ କହନ୍ତି ଯେ, ଟିକସ ଦରରେ ବ୍ୟବଧାନ ଯୋଗୁଁ ଅନ୍ୟ ରାଜ୍ୟ ତୁଳନାରେ ଦିଲ୍ଲୀରେ ଡ଼ିଜେଲ ଦାମ ୧୩ ପଇସା କମ୍। ଅନ୍ୟ ରାଜ୍ୟରେ ଭାଟ ଡିଜେଲ ଅପେକ୍ଷା ପେଟ୍ରୋଲ ଉପରେ ଅଧିକ ଥିବା ଜଣାପଡ଼ିଛି।

ଏ ପଟେ ତୈଳ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜନେତାଙ୍କ ଭିତରେ ଦୋଷ ଲଦାଲଦି କିନ୍ତୁ ବନ୍ଦ ହେଉନାହିଁ। ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ତେଲ ଦାମ ବୃଦ୍ଧି ପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଦାୟୀ ବୋଲି କହିଛନ୍ତି। ଶ୍ରୀ ବେହେରାଙ୍କ ମତରେ ଏହି ତେଲ ଦର ବୃଦ୍ଧି ପାଇବା ପଛରେ ଦୁଇଟି କାରଣ ଥାଇପାରେ।

ପ୍ରଥମ, ହୁଏତ ତୈଳ କମ୍ପାନୀଙ୍କ ଉପରେ କେନ୍ଦ୍ର ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ଅଥବା ସରକାରଙ୍କ ସହ କମ୍ପାନୀମାନେ ହାତ ମିଳାଇ ଖାଉଟିଙ୍କୁ ଶୋଷଣ କରୁଛନ୍ତି। ଅର୍ଥମନ୍ତ୍ରୀଙ୍କ ଆଶଙ୍କା ହେଉଛି ଯଦି ପେଟ୍ରୋଲ ଓ ଡିଜେଲ ଦର ଏମିତି ବଢ଼ି ଚାଲିଲା, ତେବେ ଦର ଦାମ ଉପରେ ଏହା ପ୍ରଭାବ ପକାଇବ ଓ ଉପଭୋକ୍ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବ।

Comment