ଓଡ଼ିଶାଲାଇଭ୍ ବ୍ୟୁରୋ

ଶିରିଡ଼ି ସାଇବାବାଙ୍କ ସମାଧିର ଶହେ ବର୍ଷ ପୂର୍ତ୍ତି ଅବସରରେ ଭକ୍ତଗଣ ୬ କୋଟି ଟଙ୍କାର ସମ୍ପତ୍ତି ଦାନ ଦେଇଛନ୍ତି।
ଶିରିଡ଼ି: ଚଳିତବର୍ଷ ଶିରିଡ଼ି ସାଇବାବାଙ୍କ ସମାଧିକୁ ଶହେ ବର୍ଷ ପୁରିଛି। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଦାନ ଦେଇଛନ୍ତି। ୧୭ ରୁ ୧୯ ଭିତରେ ହୋଇଥିଲା ଏହି ଶତାଦ୍ଦୀ ସମାରୋହ। ଏହି ୩ ଦିନର ସାଇ ସମାରୋହରେ ଶିରିଡ଼ି ସାଇ ବାବାଙ୍କ ହୁଣ୍ଡିରୁ ସଂଗ୍ରହ ହୋଇଛି ୬ କୋଟିର ଦାନ।
ସାଇ ମନ୍ଦିର ଟ୍ରଷ୍ଟର ସୂଚନା ଅନୁଯାୟୀ, ମନ୍ଦିର ଡୋନେସନ କାଉଣ୍ଟରରୁ ୨ କୋଟି ୫୨ ଲକ୍ଷ, ୧ କୋଟି ୪୬ ଲକ୍ଷ ସହରରେ ଥିବା ଡୋନେସନ କାଉଣ୍ଟରରୁ, ଅନଲାଇନ ଡେବିଟ ଓ ବ୍ୟାଙ୍କ ଦ୍ୱାରା ୧ କୋଟି ୪୧ ଲକ୍ଷ, ୨୮ ଲକ୍ଷର ସୁନା, ରୂପା ଅଳଙ୍କାର ଏବଂ ୨୪ ଲକ୍ଷ ବିଦେଶୀ ମୁଦ୍ରା ଦାନ କରିଥିବା ଜଣାପଡ଼ିଛି।
ସାଇବାବାଙ୍କ ଶତାଦ୍ଦୀ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିଥିଲେ। ସେଠାରେ ସେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।
୨୦୧୭ରେ ଏହି ଦାନ ରାଶି ୪ କୋଟି ୭୧ ଲକ୍ଷ ଥିଲା।










