ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜ୍ୱାଇଁର ଉନ୍ମତ୍ତ କାଣ୍ଡ
  • ଘରୋଇ କଳହ କଲା ସର୍ବନାଶ
  • ୪ ଜଣ ଜୀବନ୍ତ ଦଗ୍ଧ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ବନାପାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜ୍ୱାଇଁର ଉନ୍ମତ୍ତ କାଣ୍ଡ ପାଇଁ ରବିବାର ବିଳମ୍ବିତ ରାତିରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି।

ପାରିବାରିକ କଳହ କାରଣରୁ ଜ୍ୱାଇଁ ପେଟ୍ରୋଲ ଢାଳି ଶାଶୂ, ଶ୍ୱଶୁର ଓ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ କରିଥିଲା। ହେଲେ ନିଆଁ ଲଗାଇବା ସମୟରେ ଜ୍ୱାଇଁ ମଧ୍ୟ ନିଜେ ଜୀବନ୍ତ ଦଗ୍ଧ ହୋଇଯାଇଥିଲା।

ସେହି ନିଆଁରେ ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ହେଲେ ସ୍ଥାନୀୟ ବାସିନ୍ଦାମାନେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ମେଡିକାଲକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତକମାନେ ହେଲେ ଶ୍ୱଶୁର ନବଘନ ସାହୁ, ଶାଶୁ କମଳା ସାହୁ, ଜ୍ୱାଇଁ ହରେକୃଷ୍ଣ ମଲ୍ଲିକ ଏବଂ ସ୍ତ୍ରୀ ରୁବିନା। ଏପରି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Comment