ଓଡ଼ିଶାଲାଇଭ୍ ବ୍ୟୁରୋ

“I beg apology because of my stupidity” ନିଜ ମତ ରଖି ଗୃହ କମିଟି ଆଗରେ ଏହା କହିଛନ୍ତି, ଅଭିଜିତ ଆୟାର ମିତ୍ର। ସେ ପୁଣି କହିଛନ୍ତି, “ମୋ ମୂର୍ଖାମୀ ପାଇଁ ମୁଁ ଲଜ୍ଜିତ, ମୁଁ ମୋ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରୁଛି”। ମଙ୍ଗଳବାର ଗୃହ କମିଟିରେ ଉପସ୍ଥିତି ଥାଇ ନିଜ ପକ୍ଷ ରଖିଥିଲେ ଅଭିଜିତ ଆୟାର।

ଅପରପକ୍ଷରେ ବିଧାନସଭାରେ ଗୃହ କମିଟି ଅଭିଜିତଙ୍କ ବୟାନ ରେକର୍ଡ଼ କରିଥିଲା। ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଅଭିଜିତ ନିଜର ମନ୍ତବ୍ୟ ପାଇଁ ଭୁଲ୍ ସ୍ୱୀକାର କରିଛନ୍ତି। ଗୃହ କମିଟିର ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ସେଥିପାଇଁ ଅଭିଜିତଙ୍କୁ ପୁଣିଥରେ ନଭେମ୍ବର ୨ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଭିଜିତ ଯାହା କହିଛନ୍ତି ବା ଆଗକୁ ଯାହା କହିବେ ସେ ନେଇ ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଅଭିଜିତ ସତ୍ୟପାଠ ଦାଖଲ କରିସାରିବା ପରେ ହିଁ ସମସ୍ତ ବିଷୟରେ ତଦନ୍ତ କରି ଗୃହ କମିଟି ରିପୋର୍ଟ ଦେବ। ସତ୍ୟପାଠ ସହ ନମେମ୍ବର ୨ରେ ହାଜର ହେବାପାଇଁ ଗୃହ କମିଟି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଅଭିଜିତ କାହା ସହିତ କୋଣାର୍କ ଯାଇଥିଲେ ସେ ନେଇ ମଧ୍ୟ ଗୃହ କମିଟି ତଦନ୍ତ କରିବ। ଯଦି ଆବଶ୍ୟକ ପଡ଼େ, ତେବେ ସେମାନଙ୍କୁ ମଧ୍ୟ ଗୃହ କମିଟିରେ ହାଜର ହେବାକୁ ପଡ଼ିବ।

















