ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ଲାକମେଲିଂ ଅଭିଯୋଗରେ ପେଟିଏମ ମାଲିକଙ୍କ ସେକ୍ରେଟାରୀଙ୍କ ସମେତ ୩ ଗିରଫ।

ପେଟିଏମ ମାଲିକଙ୍କୁ ବ୍ଲାକମେଲିଂ କରି ୨୦ କୋଟି ଟଙ୍କା ଦାବି କରିଥିବା ଅଭିଯୋଗରେ ସେକ୍ରେଟାରୀ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି।

ପେଟିଏମ କମ୍ପାନିର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କୁ ବ୍ଲାକମେଲ କରୁଥିଲେ ତାଙ୍କ ସେକ୍ରେଟାରୀ ସୋନିଆ ଧୱନ ଏବଂ ତାଙ୍କ ସ୍ୱାମୀ ରୂପକ ଜୈନ। କମ୍ପାନିର ଅନ୍ୟ ଜଣେ କର୍ମଚାରୀ ଦେବେନ୍ଦ୍ର କୁମାର ଏଥିରେ ସାମଲ ଥିଲେ।

କମ୍ପାନିର ଗୋପନୀୟ ତଥ୍ୟର ଖୁଲାସା କରିବା ପାଇଁ ଏବଂ କ୍ଷତି ପହଞ୍ଚାଇବା ପାଇଁ ଧମକ ଦେଉଥିଲେ ସେକ୍ରେଟାରୀ ସୋନିଆ ଧୱନ ଏବଂ ତାଙ୍କ ସ୍ୱାମୀ। ଏଥିପାଇଁ ସେମାନେ ୨୦କୋଟି ଟଙ୍କାର ଦାବି କରୁଥିଲେ।

ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଅଭିଯୋଗ ପରେ ସେକ୍ରେଟାରୀ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଏହି ତିନିଜଣଙ୍କ ଠାରୁ ଚୋରି କରାଯାଇଥିବା କମ୍ପାନିର ତଥ୍ୟକୁ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି।

Comment