ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭାକୁଡ଼ ଛକ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଜଣେ ମହିଳାଙ୍କର ହାତଗୋଡ଼ ବନ୍ଧା ଶବ ମିଳିଛି। ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ କିଛି ଲୋକ ରାଜପଥ ପାର୍ଶ୍ୱରେ ଜାଳେଣି ସଂଗ୍ରହ କରୁଥିବା ବେଳେ ଉକ୍ତ ମହିଳାଙ୍କ ଶବ ଦେଖିଥିଲେ।
ଖବର ପାଇବା ପରେ ବାଲିଚନ୍ଦ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଛନ୍ତି। ପୋଲିସ କହିବାନୁସାରେ, “ଗଳିତ ଶବଟି ଚାରି କିମ୍ବା ପାଞ୍ଚ ଦିନ ତଳର ହେବ”।
ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ବ୍ୟବଚ୍ଛେଦ ନିମନ୍ତେ ପୋଲିସ ଶବକୁ ବଡ଼ଚଣା ମେଡିକାଲକୁ ସ୍ଥାନାନ୍ତର କରିଛି।

















