ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏମ୍ସ ନଗରରେ ଚାଲିଥିବା ଏକ ଜୁଆ ଆଡ଼ାରେ ଖଣ୍ତଗିରି ଥାନା ପୋଲିସ ଚଢ଼ାଉ କରିଥିଲା। ଯାହାଫଳରେ ବୁଧବାର ସନ୍ଧ୍ୟାରେ ଖଣ୍ତଗିରି ଥାନା ପୋଲିସ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।
ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ରଘୁନାଥନଗରର ମୀର ଜେହାର ଅଲ୍ଲୀ, ଗଞ୍ଜାମ ଛତ୍ରପୁରର ଜିତେନ୍ଦ୍ର ପଣ୍ତା, ଗଞ୍ଜାମ ଦିଗପହଣ୍ତିର ଏସ୍ କାନ୍ନା ରେଡ୍ଡୀ, ଡୁମୁଡୁମା ସତ୍ୟନଗରର କୃଷ୍ଣ ସାହୁ, ବ୍ରହ୍ମପୁରର କାହ୍ନୁ ପାତ୍ର ଓ ଗଞ୍ଜାମ ଟିକରପଡ଼ାର ବୃନ୍ଦାବନ ପାତ୍ର।

ପୋଲିସ ସେମାନଙ୍କଠାରୁ ୬ଟି ବାଇକ୍ ଜବତ କରିବାସହ ୩ ହଜାର ଟଙ୍କା ଓ ତାସ୍ ମୁଠା ଜବତ କରିଛି।
ଖଣ୍ତଗିରି ଥାନା ପୋଲିସ କହିବାନୁସାରେ, କୁମାର ପୂର୍ଣିମା ଅବସରରେ ଏମାନେ ଜୁଆ ଖେଳୁଥିବା ଖବର ପାଇ ଆମେ ଚଢ଼ାଉ କରିଥିଲୁ।

















