ଓଡ଼ିଶାଲାଇଭ୍ ବ୍ୟୁରୋ

ରିମାଣ୍ଡରେ କୋଣାର୍କ ଥାନା ଗଲେ ଅଭିଜିତ ଆୟାର ମିତ୍ର।

ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲରେ ଥିବା ଅଭିଜିତ ଆୟାରଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ଆୟାରଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କୋଣାର୍କ ପୋଲିସ। କୋଣାର୍କ ପୋଲିସ ଅଭିଜିତଙ୍କୁ ପଚରାଉଚରା କରିବାପାଇଁ ୭ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରି ଥିବାବେଳେ କୋର୍ଟ ୪ ଦିନ ଲାଗି ଅନୁମତି ଦେଇଥିଲେ।

କୋଣାର୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଘଟଣାର ଅଧିକ ତଦନ୍ତ ଓ ଓ ପଚରାଉଚରା ପାଇଁ ଅଭିଜିତଙ୍କୁ ରିମାଣ୍ଡରେ ଆଣିଛି କୋଣାର୍କ ପୋଲିସ। ସେ ଏଭଳି ମନ୍ତବ୍ୟ ଦେବା ବେଳେ ତାଙ୍କ ସହ କିଏ ଥିଲେ ବା କିଏ ତାଙ୍କୁ ଏଭଳି ମନ୍ତବ୍ୟ ଦେବାକୁ ପ୍ରବର୍ତ୍ତାଇ ଥିଲେ, ସେ ନେଇ ଖୋଳତାଡ଼ କରିବ କୋଣାର୍କ ପୋଲିସ।

ଅଭିଜିତ ଆୟାର ମିତ୍ର ମଙ୍ଗଳବାର ଦିନ ବିଧାନସଭା କମିଟି ଆଗରେ ହାଜର ହୋଇଥିଲେ। ଏହାପରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଥିଲେ। ଅନ୍ୟପଟେ ଅଭିଜିତଙ୍କ ଓକିଲ ତାଙ୍କ ସହ ଦେଖା କରିବାପାଇଁ ଝାରପଡ଼ା ଜେଲ ଯାଇଥିବା ବେଳେ ଜେଲର୍ ଅନୁପସ୍ଥିତ ଥିବାରୁ ତାଙ୍କର ଦେଖା ହୋଇ ପାରି ନଥିଲା ବୋଲି ସେ କହିଛନ୍ତି।

Comment