ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୀୟ ଯୁବତୀଙ୍କୁ ଗଣ ବଳାତ୍କାର ପ୍ରତିବାଦରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କୋଣାର୍କରେ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା ଦିଆଯାଇଛି। ଶୁକ୍ରବାର ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଯାହାଫଳରେ କୋଣାର୍କରୁ ବାହାରିବାକୁ ଥିବା ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଛି।

ବିଶେଷକରି କୋଣାର୍କ-ପୁରୀ, କୋଣାର୍କ-ଭୁବନେଶ୍ୱର, କୋଣାର୍କ-କାକଟପୁର ରାସ୍ତାକୁ ଭାଜପା କର୍ମୀ ଅବରୋଧ କରିଛନ୍ତି। ଏଥିପାଇଁ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହାଛଡ଼ା କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣ ବଳାତ୍କାର କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି।

Comment