ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୩ ତାରିଖରୁ କଟକ କିଲା ପଡ଼ିଆରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଏନେଇ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ। ବାଲିଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।
୨୯ ତାରିଖ ଯାଏଁ ଚାଲିବ ଏହି ଐତିହାସିକ ବାଲିଯାତ୍ରା।
ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, “ଶାନ୍ତିପୂର୍ଣ୍ଣ ଭାବେ ବାଲିଯାତ୍ରା ଚଳିତ ବର୍ଷ ଆୟୋଜନ କରାଯିବ। ଚଳିତ ବର୍ଷ ୯୮୨ଟି ଷ୍ଟଲ ପଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥର ନୂଆ ଷ୍ଟଲ ପଡ଼ିବ କି ନାହିଁ ତାହା ଆଗାମୀ ବୈଠକରେ ଆଲୋଚନା କରାଯିବ।”
ବାଲିଯାତ୍ରାରେ ଷ୍ଟଲ ଖୋଲିବାକୁ ଚାହୁଁଥିବା ବ୍ୟବସାୟୀଙ୍କୁ ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଜମି ଆବଣ୍ଟନ କରାଯିବ।












