ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ନୁହେଁ, ଆସନ୍ତାକାଲି ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା। ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆହୁରି ଗୋଟିଏ ଦିନ ବାଲିଯାତ୍ରାର ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର।

ଗତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରା ଡିସେମ୍ବର ୪ ତାରିଖରେ ଶେଷ ହେବାର ଥିଲା। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଡିସେମ୍ବର ୫ ତାରିଖରେ ବାଲିଯାତ୍ରା ସରିବ।

ପ୍ରତିଦିନ ବାଲିଯାତ୍ରା ବୁଲିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଏକାଠି ହୋଇ ମେଳାର ମଜା ନେଉଛନ୍ତି। ସୁଆଦିଆ ଖାଦ୍ୟ ସାଙ୍ଗକୁ, ଘରକରଣା ସାମଗ୍ରୀ, ବିଭିନ୍ନ ରାଜ୍ୟର ସ୍ଵତନ୍ତ୍ର ପୋଷାକ କିଣିବାକୁ ସୁଯୋଗ ନେଉଛନ୍ତି ଲୋକେ।

ବାଲିଯାତ୍ରାରେ ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଆବଶ୍ୟକତାକୁ ଗୁରୁତ୍ଵ ଦିଆଯାଇଛି। କେବଳ ଛୋଟପିଲା ନୁହଁନ୍ତି ବଡ଼ମାନେ ମଧ୍ୟ ଦୋଳିର ମଜା ଉଠାଇବା ସହ ବିଭିନ୍ନ ସାମଗ୍ରୀ ଘରକୁ କିଣି ନେଉଛନ୍ତି।

ଚଳିତ ବର୍ଷ ୧,୪୦୦ରୁ ଅଧିକ ଷ୍ଟଲ ପଡ଼ିଥିବାବେଳେ ଓରମାସ ପକ୍ଷରୁ ୪୦୦ରୁ ଅଧିକ ଷ୍ଟଲ ଖୋଲାଯାଇଛି। ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଛି ଲେଜର ଓ କଟକ-ଇନ-କଟକ ପ୍ୟାଭିଲିୟନ। ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

Tags: #Historicbaliyatra #cuttack #culture #odisha #Festival

Comment