ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ‘ବ୍ୟାଚେଲର’ ଟାଇଟଲରେ ଏକ ସିନେମା ତିଆରି ହୋଇଥିଲା, ଯାହାର ହିରୋ କିନ୍ତୁ ବାସ୍ତବ ଜୀବନରେ ନଥିଲେ ବ୍ୟାଚେଲର ବା ଅବିବାହିତ, ଆସନ୍ତୁ ଜାଣିବା କେଉଁ ଓଡ଼ିଆ ନାୟକମାନେ ମୋଷ୍ଟ ଏଲିଜିବଲ୍ ବ୍ୟାଚେଲର…

ଓଲିଉଡରେ ଏମିତି କେତେକ ହିରୋ ଅଛନ୍ତି, ଯେଉଁମାନେ ରିଅଲ ଲାଇଫ୍ ବ୍ୟାଚେଲର। ଅର୍ଥାତ୍ ସେମାନେ ଏଯାଏଁ ଅବିବାହିତ ଅଛନ୍ତି। ଆସନ୍ତୁ ସେହି ହିରୋମାନଙ୍କ ଉପରେ ନଜର ପକାଇବା…

ବୁଦ୍ଧାଦିତ୍ୟ ମହାନ୍ତି

ଓଲିଉଡର ମୋଷ୍ଟ ଏଲିଜିବଲ୍ ତାଲିକାର ଶୀର୍ଷରେ ଅଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି। ସେ ୪୦ ବର୍ଷ ବୟସରେ ପଦାର୍ପଣ କରିସାରିଛନ୍ତି। ବୁଦ୍ଧାଦିତ୍ୟ ଏକ ସମ୍ଭ୍ରାନ୍ତ ପରିବାରର ଦାୟାଦ। ତାଙ୍କ ବାପା ଜଣେ ସ୍ୱନାମଧନ୍ୟ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଚିକିତ୍ସକ ଓ ମାଆ ଜଣେ ଖ୍ୟାତନାମା ଲେଖକ ଓ ଶିକ୍ଷାବିତ୍। କଟକରେ ବୁଦ୍ଧାଦିତ୍ୟଙ୍କର ଘର, ହେଲେ ବିଗତ କିଛି ବର୍ଷ ହେବ ସେ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି।

ଓଲିଉଡରେ ବୁଦ୍ଧାଦିତ୍ୟଙ୍କ ଏଣ୍ଟ୍ରି ହୋଇଥିଲା ‘ଲଭଷ୍ଟୋରୀ’ ଫିଲ୍ମରୁ। କିନ୍ତୁ ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଆଇ ଲଭ୍ ମାଇଁ ଇଣ୍ଡିଆ’। ଏହା ୨୦୦୬ରେ ରିଲିଜ୍ ହୋଇଥିଲା। ଏହାପରେ ସେ ଅନେକ ଓଡ଼ିଆ ସିନେମାରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇଛନ୍ତି। ଦର୍ଶକ ତାଙ୍କୁ ଚଳିତବର୍ଷ ‘ଶ୍ରୀମାନ ସୁରଦାସ’ ଫିଲ୍ମରେ ଦେଖିବାକୁ ପାଇଥିଲେ। ତେବେ ବୁଦ୍ଧାଦିତ୍ୟଙ୍କୁ ୪୦ ବର୍ଷ ହୋଇଥିଲେ ବି ଆଜି ଯାଏଁ ଅବିବାହିତ ଅଛନ୍ତି ସେ।

ସମ୍ବିତ

ଓଲିଉଡର ଆଉ ଜଣେ ଲୋକପ୍ରିୟ ହିରୋ ହେଲେ ସମ୍ବିତ ଆଚାର୍ଯ୍ୟ। ସେ ‘ପ୍ରେମ ୱେଡସ ପ୍ରିୟା’ ସିନେମାରୁ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସମ୍ବିତଙ୍କୁ ଦର୍ଶକ ବନ୍ଧନ, ଓମ୍, ଚଉକା ଛକା, କଟକ, ୨୦୧୪ ଫିଅର ଅଫ୍ ଦି ଇୟର, ଗଞ୍ଜା ଲଢ଼େଇ, ଲେଖିଚି ନାଆଁ ତୋର, ଆଶିକ୍, ଛାତି ତଳେ ଡିଂଡଙ୍ଗ୍, ତୁମକୁ ଦେଖିଲା ପରେ ଓ ହାପି ଲକି ଆଦି ସିନେମାରେ ହିରୋ ଭାବେ ଦେଖିଛନ୍ତି। ହେଲେ ସମ୍ବିତ ଏଯାଏଁ ବିବାହ ବନ୍ଧନରେ ଆବଦ୍ଧ ହୋଇନାହାନ୍ତି।

ଅମ୍ଳାନ

ଓଲିଉଡର ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ସୁପୁତ୍ର ଅମ୍ଳାନ ଜଣେ ଲୋକପ୍ରିୟ ନାୟକ। ସେ ‘ଟାର୍ଗେଟ୍‌’ ଫିଲ୍ମରୁ ହିରୋ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଗୋଲାପି ଗୋଲାପି, ନୂଆ ନୂଆ ପ୍ରେମରେ, କଲେଜ ଟାଇମ୍, ପାଗଳ କରିଚୁ ତୁ, ତୋ’ର ଦିନେକୁ ମୋର ଦିନେ, ଟାଇଗର୍, ସପନର ପଥେ ପଥେ ଓ ବଜରଙ୍ଗୀ ଆଦି ଓଡ଼ିଆ ଛବିରେ ହିରୋ ଭାବେ ନଜର ଆସିଛନ୍ତି। ଅମ୍ଳାନ ଏଯାଏଁ ବିବାହ କରିନାହାନ୍ତି।

ଜ୍ୟୋତି

ଏବେକାର ସବୁଠାରୁ ବ୍ୟସ୍ତ ନାୟକ ହେଉଛନ୍ତି ଜ୍ୟୋତି ରଞ୍ଜନ ନାୟକ। ସେ ଦେଲେ ଧରା କଥା ସରେ, ମିଠାମିଠା, ନିଝୁମ ରାତିର ସାଥୀ, ଦିଲ୍‌କା ରାଜା, ଓଲେ ଓଲେ ଦିଲ୍ ବୋଲେ ଓ ହାପିଲକି ଆଦି ଓଡ଼ିଆ ସିନେମାରେ ନଜର ଆସିଲେଣି। ଜ୍ୟୋତି ବିବାହ ବୟସରେ ଉପନୀତ ହୋଇସାରିଥିଲେ ବି ଆଜି ଯାଏଁ ଅବିବାହିତ ଅଛନ୍ତି।

ଅଭିଷେକ

ଏସିପି ସାଗରିକା, କେହି ନୁହେଁ କାହାର, କଥା ଦେଲି ମଥା ଛୁଇଁ ଓ ରିଭେଂଜ୍ ଓ ଚୁପ୍ ଚୁପ୍ ଚୋରି ଚୋରି ଆଦି ସିନେମାର ଚକ୍‌ଲେଟ ହିରୋ ଅଭିଷେକ ବି ଅବିବାହିତ ନାୟକ ତାଲିକାରେ ଅଛନ୍ତି।

ସ୍ୱରାଜ

ଏବେ ବି କଲେଜରେ ପଢ଼ୁଥିବା ଓଲିଉଡ ନାୟକ ସ୍ୱରାଜ ବାରିକଙ୍କୁ ଦର୍ଶକ ‘ତୁ ମୋ ଲଭ୍ ଷ୍ଟୋରୀ’ ଓ ଲୈଲା ଓ ଲୈଲା’ ଫିଲ୍ମରେ ନାୟକ ଭୂମିକାରେ ଦେଖିଛନ୍ତି। ସ୍ୱରାଜ ଜଣେ ବ୍ୟାଚେଲର୍।

ଏତଦ୍ ବ୍ୟତୀତ ଅମନ (କଥା ଦେଲି ମଥା ଛୁଇଁ, ସାନୁ (ହେଲୋ) ଶୁଭମ୍ (ପ୍ରେମର ନିଶା ନିଆରା ନିଆରା), ମୁନ୍ନା (ଦିୱାନା ହେଲି ତୋ’ ପାଇଁ), ଆର୍ଯ୍ୟନ୍ ଧୀର କୁମାର (ଯୋଗୀ) ପ୍ରମୁଖ ଓଲିଉଡ ନାୟକମାନେ ମଧ୍ୟ ଜଣେ ଜଣେ ବ୍ୟାଚେଲର୍।

Comment