ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ଗିରିଧର ଗିରି। ତାଙ୍କ ସହ ଏକ ତିନି ଜଣିଆ ଦଳରେ ଆଶିଷ ମାଲହୋତ୍ରା, ସାହେଜ ଯାଶୋଟ ଓ ମାର୍ବଲ ଦାସ ନବରଙ୍ଗପୁର ଗ୍ରସ୍ତରେ ଆସିଥିଲେ।
ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏକ ବୈଠକ। ଏହି ବୈଠକରେ ଦକ୍ଷତା ବିକାଶ ଓ ଜିଲ୍ଲାରେ ହସ୍ତ ଶିଳ୍ପର ବିକାଶ ସହ କାରିଗରମାନେ କିଭଳି ଅଧିକରୁ ଅଧିକ ସ୍ୱାବଲମ୍ବୀ ହେବେ ସେ ନେଇ କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ସହ ଆଲୋଚନା ହୋଇଥିଲା।
ଜିଲ୍ଲାରେ ହସ୍ତଶିଳ୍ପ ବିକାଶ ମାଧ୍ୟମରେ କାରିଗର ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆବଶ୍ୟକୀୟ ସହଯୋଗ କରିବେ ବୋଲି ଏହି ପ୍ରତିନିଧି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଶିଷ ମାଲହୋତ୍ର।, ସାହେଜ଼ ଜାସଟ ଏବଂ ମାର୍ବଲ ଦାସ ବିଶେଷ କରି ନବରଙ୍ଗପୁର ସଙ୍ଖାରି ସାହିରେ ରହିଥିବା ପାରମ୍ପରିକ ଲାଖ ଶିଳ୍ପକୁ ପରିଦର୍ଶନ କରିଥିଲେ।

ହକି ବିଶ୍ୱକପ ପାଇଁ ଲାଖ ସାମଗ୍ରୀକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିଙ୍କୁ ଭେଟି ଭାବେ ଦିଆଯିବ। ଏନେଇ ଶିଳ୍ପୀମାନେ କେଉଁ ସବୁ କାର୍ଯ୍ୟ କରୁଥିଲେ ଓ ତାହାର ଡିଜାଇନ ସବୁ କିଭଳି ରହିଛି ତାହକୁ ଦେଖିଥିଲେ। ଏହାଛଡ଼ା ଶିଳ୍ପୀମାନେ କେତେ ପ୍ରକାର ଲାଖ ଉପକରଣ ତିଆରି କରୁଛନ୍ତି, ତାହା ପଚାରିବା ସହ ଏହା କିଭଳି ହେଉଛି ଏବଂ କେଉଁ କେଉଁ ପ୍ରଣାଳୀରେ ଏସବୁକୁ ତିଆରି କରାଯାଇ ପାରୁଛି ତାହା ପଚାରି ବୁଝିଥିଲେ।
ସମସ୍ତ କରିଗରଙ୍କ ସହ ଭାବ ବିନିମୟ କରିଥିଲେ। କୌଶଳ ଓ ନୂତନ ଡିଜାଇନ ପାଇଁ ତାଲିମର ଆବଶ୍ୟକ ରହିଛି। ବଜ଼ାର ସୁବିଧା ପାଇଁ କୌଶଳ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ବହନ କରିବ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି। ଏହି ବୈଠକରେ ମଙ୍ଗଲମ ଟିମ୍ବର କର୍ତ୍ତୃପକ୍ଷ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଉମରକୋଟ, ଚନ୍ଦହାଣ୍ଡି, ରାଇଘର ସରକାରୀ ଆଇଟିଆଇ ଅଧ୍ୟକ୍ଷ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଗତ ୨୨ତାରିଖରୁ ଆସି ଏହି ପ୍ରତିନିଧି ଦଳ କାଜୁ ଇଣ୍ଡଷ୍ଟ୍ରି, ମଙ୍ଗଲମଟିମ୍ବର, ସରକାରୀ କୌଶଳ ବିକାଶ କେନ୍ଦ୍ର ଓ ଆଇଟିଆଇ ଶିକ୍ଷାନୁଷ୍ଠାନଗୁଡ଼ିକ ପରିଦର୍ଶନ କରିଥିଲେ।

















