ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମୁଁ ଲେସ୍‌ବିଆନ୍ ନୁହେଁ କି ଡ୍ରଗ୍‌ସ ଆଡିକ୍ଟ ନୁହେଁ’ – ଏହା କହି ରାକ୍ଷୀଙ୍କୁ ପାଲଟା ଜବାବ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ।

ତନୁଶ୍ରୀ ଦତ୍ତ ଓ ରାକ୍ଷୀ ସାୱନ୍ତଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେ ମେ ଏବେ ବଢ଼ିବାରେ ଲାଗିଛି। ନିକଟରେ ରାକ୍ଷୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ତନୁଶ୍ରୀ ତାଙ୍କର ବଳାତ୍କାର କରିଛନ୍ତି ଓ ସେ ଜଣେ ଲେସ୍‌ବିଆନ୍‌। ଏମିତିକି ସେ ତାଙ୍କୁ ବିଭିନ୍ନ ରେଭ୍ ପାର୍ଟିକୁ ନେଇ ନିଶାଦ୍ରବ୍ୟ ଦେଇ ତାଙ୍କ ସହ ଜୋରଜବରଦସ୍ତ ଅଶ୍ଳୀଳ ବ୍ୟବହାର କରିଆସୁଥିଲେ। ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ରାକ୍ଷୀ ଆଜି ପର୍ଯ୍ୟନ୍ତ ଏ କଥା କାହାରିକୁ କହୁନଥିଲେ ବୋଲି କହିଥିଲେ।

ରାକ୍ଷୀଙ୍କର ଏ ସମସ୍ତ ଅଭିଯୋଗର ଉତ୍ତର ଦେଇଛନ୍ତି ତନୁଶ୍ରୀ।

ସେ କହିଛନ୍ତି, “ମୁଁ ସମ୍ପୂର୍ଣ୍ଣ ଭାବେ ଏକ ପରିପୂର୍ଣ୍ଣା ଝିଅ ମୋର ଲେସ୍‌ବିଆନ୍‌ ହେବାର କୌଣସି ଇଛା ମଧ୍ୟ ନାହିଁ। ‘ମି ଠୁ’ ଆନ୍ଦୋଳନ ଏକ ସମ୍ବେଦନଶୀଳ ଓ ଗମ୍ଭୀର ପ୍ରସଙ୍ଗ। ଏହାକୁ ମଜାରେ ନେବା ବା ଲୋକଙ୍କ ନିକଟରେ ପରିହାସର ବସ୍ତୁ କରାଇବା ଆଦୌ ଉଚିତ ନୁହଁ।”

ଗତ ୨୫ ତାରିଖରେ ରାକ୍ଷୀ ସାମ୍ବାଦିକ ସମ୍ମିଳନୀ କରି ତନୁଶ୍ରୀଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଥିଲେ।

ତନୁଶ୍ରୀ ତାଙ୍କୁ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ କରିଥିଲେ। ତନୁଶ୍ରୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଥିଲେ ରାକ୍ଷୀ।

Comment