ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଭଣ୍ଡାଗୁଡ଼ା ଗ୍ରାମର ବାସିନ୍ଦାଙ୍କୁ ପିଇବା ପାଣି ପାଇଁ ପ୍ରତିଦିନ ଯିବାକୁ ପଡ଼େ ୧ କିଲୋମିଟର।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଭଣ୍ଡାଗୁଡ଼ା ଗ୍ରାମରେ ଗତ ୧୫ଦିନ ହେଲା ପାନୀୟ ଜଳର ସଙ୍କଟ ଦେଖା ଦେଇଛି। ଯାହାପାଇଁ ସେହି ଗ୍ରାମର ମହିଳାମାନେ ପ୍ରତିଦିନ ୧ କିଲୋମିଟର ଦୂରରେ ଥିବା ଏକ ଗ୍ରାମକୁ ଯାଇ ପାଣି ଆଣିବାକୁ ପଡ଼ୁଛି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମାଠାରୁ ୨ କିଲୋମିଟର ଦୂରରେ ରହିଥିବା ଏହି ଭଣ୍ଡାଗୁଡ଼ା ଗ୍ରାମରେ ସମୁଦାୟ ୯ଟି ପରିବାରର ଲୋକେ ବାସ କରନ୍ତି। ଏହି ଗ୍ରାମରେ ୫୦ରୁ ଅଧିକ ଜନସାଧାରଣଙ୍କୁ ନେଇ ଏହି ଭଣ୍ଡାଗୁଡ଼ା ଗ୍ରାମ। ସରକାରଙ୍କ ପକ୍ଷରୁ ୨ଟି ନଳକୂପ ଖୋଳା ଯାଇଥିଲେ ମଧ୍ୟ ଦୀର୍ଘ ୭ ବର୍ଷ ହେଲା ଗୋଟିଏ ଅଚଳ ହୋଇ ପଡ଼ିଛି।

ତେଣୁ ଗୋଟିଏ ନଳକୂପ ଉପରେ ଭରଷା କରି ଗ୍ରାମର ଲୋକମାନେ ପାନୀୟ ଜଳର ବ୍ୟବହାର କରୁଥିଲେ। କିନ୍ତୁ ଦୀର୍ଘ ୧୫ ଦିନ ହେଲା ଉକ୍ତ ନାଳକୂପରେ ଗୋଳିଆ ମାଟି ପାଣି ବାହାରୁ ଥିବାରୁ ଗ୍ରାମର ଲୋକଙ୍କୁ ପାନୀୟ ଜଳ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ପାନୀୟ ଜଳ ସଂଗ୍ରହ ପାଇଁ ଗ୍ରାମର ଲୋକଙ୍କୁ ନିକଟସ୍ଥ ୧ କିଲୋମିଟର ଦୂରରେ ଥିବା କେନ୍ଦୁଗୁଡ଼ା ଗ୍ରାମ ଉପରେ ନିର୍ଭର କରିବାକୁ ପଡ଼ୁଛି।

 

ରାତି ପାହିଲେ ଗ୍ରାମର ମହିଳାମାନେ ହାଣ୍ଡି, ଗରା ଧରି କେନ୍ଦୁଗୁଡ଼ା ଅଭିମୁଖେ ପାଣି ସଂଗ୍ରହ କରିବାକୁ ଧାଉଁଛନ୍ତି। ଏନେଇ ଗ୍ରାମବାସୀ ତେନ୍ତୁଳିଖୁଣ୍ଟି ସରପଞ୍ଚ ମୃତ୍ୟୁଞ୍ଜୟ ନାୟକଙ୍କୁ ଅବଗତ କରାଇଥିଲେ। ଏହାପରେ ସରପଞ୍ଚ ନଳକୂପ ମରାମତି କରି ସେଥିରେ ନୂତନ ପାଇପ ପକାଯାଇଥିଲା। ନଳକୂପ ଠିକ୍ ହୋଇଥିଲେ ସତ୍ତ୍ୱେ ନଳକୂପରୁ ଗୋଳିଆ ମାଟି ପାଣି ବାହାରୁ ଥିବାର ଦେଖିବାକୁ ମିଳିଛି।

ଉକ୍ତ ପାଣି ପାନୀୟ ଉପଯୋଗୀ ହୋଇପାରୁ ନଥିବାରୁ ଗ୍ରାମର ଲୋକଙ୍କୁ ଅନ୍ୟ ଗ୍ରାମ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗ୍ରାମରେ ଗୋଟିଏ ନଳକୂପ ଥିବାରୁ ତାହା ଅଚଳ କିମ୍ବା ଗୋଳିଆ ପାଣି ବାହାରିଲେ ଲୋକେ ନିକଟରେ ଥିବା ମାଲିମୁଣ୍ଡା ପୋଖରୀ ତଥା କେନ୍ଦୁଗୁଡ଼ା ଗ୍ରାମ ଉପରେ ନିର୍ଭର କରିଥାନ୍ତି।

ତେବେ ଗ୍ରାମରେ ଲାଗି ରହିଥିବା ଏହି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ନୂଆ ନଳକୂପ ଖନନ ଏବଂ ଅଚଳ ହୋଇଥିବା ନଳକୂପର ତୁରନ୍ତ ମରାମତି କରିବା ପାଇଁ ଗ୍ରାମର ଚନ୍ଦନ ଦେଇ ଜ।ନୀ, ଉମରଦେଇ ଜ।ନୀ, ମଙ୍ଗଳଦେଇ ଜ।ନୀ, ଭକ୍ତି ନାୟକ, ମଦ।ଇ ନାୟକ, ଚମ୍ପା ନାୟକ, ସେବତୀ ନାୟକ, ଲଳିତା ନାୟକ ପ୍ରମୁଖ ଗ୍ରାମବାସୀ ଦାବି କରିଥିଲେ। ଏଥିସହ ଯଦି ପାନୀୟ ଜଳର ସମସ୍ୟା ତୁରନ୍ତ ସମାଧାନ ନ ହୁଏ, ତା’ହେଲେ ଆଗାମୀ ଦିନରେ ବ୍ଲକ ଓ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Comment