ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସୋମବାର ୧୨ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏହି ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।

ଫଳସ୍ୱରୂପ ସାରା ଜିଲ୍ଲାରେ ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ୟ ଠପ୍‌ହୋଇଛି।

ଭଦ୍ରକ ରେଳ ଷ୍ଟେସନରେ ସଂଘର୍ଷ ସମିତି ସଦସ୍ୟମାନେ ବିକ୍ଷୋଭ କରିଛନ୍ତି। ଯାହାଫଳରେ ଭଦ୍ରକ-ପଲାସା ଡିଏମ୍ୟୁ ଅଟକ ରହିଛି।

ବନ୍ଦ ଡାକରାକୁ ଜିଲ୍ଲା ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନମାନେ ସମର୍ଥନ ଜଣାଇଛନ୍ତି।

ଏହି ବନ୍ଦ ଡାକରା ବେଳେ କୌଣସି ହିଂସାକାଣ୍ଡ ସୃଷ୍ଟି ନ କରିବାକୁ ଲୋକଙ୍କୁ ସମିତି ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏମିତି କି ରାସ୍ତାରେ ଟାୟାର ନ ଜାଳିବାକୁ ମଧ୍ୟ କୁହାଯାଇଛି।

Comment