ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ହାଇଟେକ୍ ମେଡିକାଲ କଲେଜ ଓ ଡାକ୍ତରଖାନାରେ ନିଆଁ ଲାଗି ଯାଇଥିଲା।

ମେଡିକାଲ କଲେଜର ଦ୍ୱିତୀୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡ ବେଳେ ଫିଜିଓଥେରାପି ବିଭାଗରେ କୌଣସି ଛାତ୍ରଛାତ୍ରୀ ନ ଥିଲେ। ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ଅଗ୍ନିକାଣ୍ଡ ଯୋଗୁଁ ଧୂଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ହେଲେ କାହାର କିଛି କ୍ଷତି ହୋଇ ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comment