ଓଡ଼ିଶାଲାଇଭ୍ ବ୍ୟୁରୋ

ଏସସିବି ମେଡିକାଲରେ ମାନସିକ ରୋଗ ଚିକତ୍ସା ବିଭାଗରେ ଜଣେ ଅପରିଚିତ ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମାନସିକ ବିକାରଗ୍ରସ୍ତ ଅପରିଚିତ ମହିଳା ଜଣଙ୍କ ଗର୍ଭବତୀ ହୋଇ ଏଠାରେ ଚିକିତ୍ସତ ହେଉଥିଲେ।

ରବିବାର ବିଳମ୍ବିତ ରାତିରୁ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା। ସେ  ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ସୁଦ୍ଧା ତାଙ୍କୁ ପ୍ରସୂତି ବିଭାଗକୁ ସ୍ଥାନାନ୍ତର କରାଯାଇ ନଥିଲା।

ଶେଷରେ ସେମାବାର ସକାଳୁ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଗତ ୩ମାସ ତଳେ କିଛି ସାମାଜିକ କର୍ମୀ ଏହି ମହିଳା ଜଣଙ୍କୁ ମହିଳାଙ୍କୁ ଆଣି ମେଡିକାଲରେ ଛାଡ଼ିଥିଲେ।

ସେ ସମୟରେ ମହିଳା ଜଣକ ଗର୍ଭବତୀ ଥିଲେ। ଏହାପରେ ସେ ମାନସିକ ରୋଗ ଚିକିତ୍ସା ବିଭାଗରେ ରହି ଚିକିତ୍ସିତ ହେଉଥିଲେ।

Comment