ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଅନ୍ତୁଳିଆ-ମୁଣ୍ଡାସାହିର ରାସ୍ତାର କଇଥସାହି ନିକଟରେ ଏକ ବସ- ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।
ଯାହାଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଛନ୍ତି। ତେବେ ବସଟି ଅତି ଧୀର ଗତିରେ ଯାଉଥିବାରୁ ଆହତମାନଙ୍କ ମଧ୍ୟରୁ କେହି ଗୁରୁତର ହୋଇ ନାହାନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସୋମବାର ସକାଳ ପ୍ରାୟ ୬ଟା ବେଳେ କୁଠୁକୁଣିରୁ ଅନୁଗୁଳ ଯାଉଥିବା ଓଆର୧୯ଏମ ୪୭୩୧ ନମ୍ବର ବିଶିଷ୍ଟ ‘ଜହ୍ନମାମୁ’ ନାମକ ବସ ସହ ମୁଣ୍ଡାସାହିରୁ ଅନ୍ତୁଳିଆ ଯାଉଥିବା ଓଡ଼ି ୧୯ ଏଫ ୧୦୪୪ ନମ୍ବର ବିଶିଷ୍ଟ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଯାହାଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଥିଲେ। ଏବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

















