ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ପୋଲିସ ଜାଲରେ ଦୁଇ ନକଲି ମାଓବାଦୀ ପଡ଼ିଛନ୍ତି। ପୋଲିସ ଗିରଫ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସରକାରୀ କିରାଣୀ ରହିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ କେଶବ ଖିଲ ଏବଂ ରାମଚନ୍ଦ୍ର ମଝି।
ମାଲକାନଗିରି ସଦର ମହକୁମାରେ ବାସ କରୁଥିବା ତହସିଲ ସୁପରଭାଇଜର କେ.ଚିନା ରାଓଙ୍କୁ ଗତ କିଛିଦିନ ହେବ ମୋବାଇଲରେ ବାରମ୍ବାର ଧମକ ଆସୁଥିଲା। ମାଓବାଦୀ ଧମକ ଦେଇ ତାଙ୍କୁ କହୁଥିଲେ, “ଆମେ ମାଓବାଦୀ କହୁଛୁ ଆଉ ଯଦି ତୁମ ଜୀବନ ବଞ୍ଚେଇବାକୁ ଚାହୁଁଛ, ତେବେ ୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ନଚେତ୍ ଜୀବନରୁ ମାରି ଦେବୁ।”

ବାରମ୍ବାର ଏହିଭଳି ଧମକ ଆସୁଥିବାରୁ ଅଧିକାରୀ ଜଣକ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମାଲକାନଗିରି ପୋଲିସ ଏକ ଟିମ ଗଠନ କରି ନାଟକିଆ ଢ଼ଙ୍ଗରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳତା ହୋଇଥିଲା।

ଏହି ଘଟଣାର ମାଷ୍ଟର ମାଇଣ୍ଡ ହେଉଛନ୍ତି କିରାଣୀ କେଶବ ଖିଲ। ଯିଏ କି ଖଇରପୁଟ ତହସିଲର କନିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ ଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ମାଲକାନଗିରି ଥାନା କେସ୍ ନମ୍ବର ୧୯୧ରେ ମାମଲା ରୁଜୁ କରି ଗିରଫ କରିଛି। ଏହାପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

















