ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାସ୍ ସିଲିଣ୍ଡର ଫାଟି ମୁମ୍ବାଇର ବାନ୍ଦ୍ରାସ୍ଥିତ ନାଗରଦାସ ରୋଡ ନିକଟରେ ଥିବା ନର୍ଗିସ୍ ଦତ୍ତ ନଗର ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଫଳରେ ବସ୍ତିଟି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି।

ଏହାଛଡ଼ା ଏହି ଅଗ୍ନିକାଣ୍ଡରେ କୌଣସି ମୃତଙ୍କ ସମ୍ପର୍କରେ ଏଯାଏଁ ସୂଚନା ମିଳିନାହିଁ। ମଙ୍ଗଳବାର ମଧ୍ୟାହ୍ଣରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା।

ନର୍ଗିସ୍ ଦତ୍ତ ନଗର ବସ୍ତିର ବିପରୀତ ଦିଗରେ ଅଗ୍ନିକାଣ୍ଡ କେନ୍ଦ୍ର ଥିବାରୁ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଲିଭାଇବା କାର୍ଯ୍ୟରେ ୧୦ଟି ପାଣି ଟ୍ୟାଙ୍କର ସମେତ ୨୫ଟି ଦମକଳ ଗାଡ଼ି ନିୟୋଜିତ ଥିଲା। ଏହି ଅଗ୍ନିକାଣ୍ଡରେ ବସ୍ତି ବାସିନ୍ଦାଙ୍କ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହାଛଡ଼ା ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇ ପାରି ନଥିବା ଜଣାପଡ଼ିଛି।

Comment