ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷକଙ୍କ ପାଇଁ ଆରମ୍ଭ ହେଲା ‘ସୌର ଜଳନିଧି’ ଯୋଜନା। ମଙ୍ଗଳବାର ସଚିବାଳୟରେ ‘ସୌର ଜଳନିଧି’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ।

ଏହି ଯୋଜନା ଅତିରିକ୍ତ, ୨୫୦୦ ଏକର ଅଣଜଳସେଚିତ ଜମିରେ ଜଳ ସେଚିତ ହେବ। ଏହି ଯୋଜନା ଦ୍ୱାରା ରିହାତୀ ମୂଲ୍ୟରେ ସୌରଚାଳିତ ପାଣି ପମ୍ପ ଯୋଗାଇ ଦିଆଯିବ। ୫୦୦୦ ସୌରଚାଳିତ ପାଣି ପମ୍ପ ପାଇପାରିବେ କୃଷକ।

ଚାଷୀମାନଙ୍କୁ ୯୦ ପ୍ରତିଶତ ସବ୍‌ସିଡି ଦିଆଯିବ। ଏହି ଯୋଜନା ପାଇଁ ୨୭ କୋଟି ୧୮ ଲକ୍ଷ ଟଙ୍କାର ବ୍ୟୟ ବରାଦରେ କରାଯାଇଛି।

“ସୌର ଜଳନିଧି ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି। ମୁଁ ଆଶା କରୁଛି ଏହା ଦ୍ୱାରା ଚାଷୀମାନେ ଲାଭବାନ ହେବେ ଏବଂ ଓଡ଼ିଶାରେ କୃଷିର ବିକାଶ ହେବ,”କହିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ।

Comment