ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଅପରାହ୍ଣରେ କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର ନିକଟରେ ଏକ ଯାତ୍ରା ପାର୍ଟି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।
କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରା ସାରି ଫେରୁଥିବା ସମୟରେ ବାଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଯାତ୍ରା ପାର୍ଟି ଟ୍ରକ। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଏବିଷୟରେ ଖବର ପାଇ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବାଣେଶ୍ୱରୀ ଗଣନାଟ୍ୟର ଏକ ଟ୍ରକ୍ ଭାରସାମ୍ୟ ହରାଇ ମଙ୍ଗଳବାର ଅପରାହ୍ଣରେ ଏଠାରେ ଓଲଟି ପଡ଼ିଥିଲା। ଯୋଡ଼ାରେ ଯାତ୍ରା ସାରି କେନ୍ଦୁଝରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଆହତମାନଙ୍କୁ ତୁରନ୍ତ ଝୁମ୍ପୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ କିଛି ଯାତ୍ରା ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

















