ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବାଘମାରି ଫାଣ୍ଡି ନିକଟସ୍ଥ ବଜାରରେ ଥିବା ଏକ ଏଟିଏମ ତାଡ଼ି ଦୁର୍ବୃତ୍ତ ଲୁଟି ନେଇଛନ୍ତି ଟଙ୍କା।
ମଙ୍ଗଳବାର ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବାଘମାରି ଫାଣ୍ଡି ନିକଟସ୍ଥ ବଜାରରେ କିଛି ଦୁର୍ବୃତ୍ତ ଏକ ଏଟିଏମରୁ ଟଙ୍କା ଲୁଟ୍ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମକୁ ତାଡ଼ି ସେଥିରେ ଥିବା ଟଙ୍କା ଲୁଟି ନେଇଛନ୍ତି।
ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟି ନେଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତେବେ ଏପରି ଘଟଣା ପାଇଁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।
ସ୍ଥାନୀୟ ପୋଲିସଙ୍କ କହିବାନୁସାରେ, “ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବାଘମାରି ବଜାରରେ ଥିବା ଏସବିଆଇ ଏଟିଏମକୁ ତାଡ଼ି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିଲେ। ଏବିଷୟରେ ଖବର ପାଇ ଆମେ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ”।
ରାତି ହୋଇଯାଇଥିବାରୁ ଆମେ ଏଟିଏମ୍ର ସର୍ଟର ବନ୍ଦ କରିଦେଇଥିଲୁ। ବୁଧବାର ସକାଳେ ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଆସିଲା ପରେ ତଦନ୍ତ କରାଯିବା ସହ କେତେ ଟଙ୍କା ଚୋରି ହୋଇଛି ତାହା ମଧ୍ୟ ଜଣାପଡ଼ିବ।

















