ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ଗୁରୁବାର ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପ୍ରଥମ ଦିନରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍‌ ଏବଂ ଯଶିପୁର କାଳିଆଣି ଗେଟ୍‌ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି।

ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ କହିବାନୁସାରେ, “ପ୍ରତିଦିନ ପିଠାବଟା ଗେଟ୍ ଦେଇ ୨୫ଟି ଗାଡ଼ି ଯିବାକୁ ଅନୁମତି ଦିଆଯାଇଛି। ସେହିପରି କାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଯିବାକୁ ଅନୁମତି ମିଳିବ।”

ଏଥିସହ ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି। ଅଭୟାରଣ୍ୟ ଭିତରେ ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଜଳପ୍ରପାତ ଇତ୍ୟାଦି ରହିଛି।

ଯାହାକୁ ଦେଖି ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହାଛଡ଼ା ପର୍ଯ୍ୟଟକମାନେ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାରର ପକ୍ଷୀ ମଧ୍ୟ ଦେଖିପାରିବେ।

ବନ ବିଭାଗ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ଏଥିସହ ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।

Comment