ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ଜାତୀୟ, ଆଞ୍ଚଳିକ ଏବଂ ସ୍ଥାନୀୟ କ୍ଷେତ୍ରକୁ ନେଇ ୮ଟି ବିଭାଗର ସର୍ଭେ ଟାଇମ୍ସ ହେଲ୍‌ଥ ପକ୍ଷରୁ କରାଯାଇଥିଲା। “ଟାଇମ୍ସ ହେଲ୍‌ଥ ସର୍ଭେ” ଅନୁସାରେ, ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର ୪ ଟି ବିଭାଗ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍‌ସେସ୍ ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଛି।

ବୁଧବାର ପ୍ରକାଶିତ ଏହି ସର୍ଭେରେ ସମ୍ ହସ୍ପିଟାଲ୍‌ର ଡାଇବେଟୋଲୋଜି, କସ୍‌ମେଟିକ୍ ଏବଂ ପ୍ଲାଷ୍ଟିକ ସର୍ଜରୀ, ଟ୍ରାଇକୋଲୋଜି ଏବଂ ଡର୍ମାଟୋଲୋଜି ବିଭାଗ ରାଙ୍କିଂ ସହରରେ ପ୍ରଥମ ସ୍ଥାନ ରହିଛି। ସେହିପରି ଅର୍ଥୋପେଡ଼ିକ୍ସ ବିଭାଗ, ଓପ୍‌ଥାଲ୍‌ମୋଲୋଜି ଏବଂ ବାରିଆଟ୍ରିକ୍ସ ବିଭାଗ ସର୍ଭେରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଉନ୍ନତ ଧରଣର ଦନ୍ତ ଚିକିତ୍ସା ଏବଂ ପାଠ୍ୟକ୍ରମ ନେଇ ବେଶ୍ ପରିଚିତ ଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍‌ସେସ୍ ପୂର୍ବାଞ୍ଚଳ ଓ ସହର ରାଙ୍କିଂରେ ପ୍ରଥମ ସ୍ଥାନ ହାସଲ କରିଛି। ଦନ୍ତ ଚିକିତ୍ସା ପାଇଁ ସାରା ଦେଶରେ ୧୩ତମ ସ୍ଥାନରେ ରହିଛି ଆଇଡିଏସ୍। ସମ୍ ହସ୍ପିଟାଲ୍‌ର ଟ୍ରାଇକୋଲୋଜି ବିଭାଗ ପୂର୍ବାଞ୍ଚଳ ରାଙ୍କିଂ ‌ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଦେଶରେ ୧୪ତମ ସ୍ଥାନରେ ରହିଛି।

ସେହିପରି ସର୍ଭେ ଅନୁଯାୟୀ, ବାରିଆଟ୍ରିକ୍ସ ବିଭାଗ ପୂର୍ବାଞ୍ଚଳରେ ଷଷ୍ଠ ସ୍ଥାନ ହାସଲ କରିଛି। ଡାଇବେଟୋଲୋଜି ବିଭାଗ, କସ୍‌ମେଟିକ୍ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଏବଂ ଅର୍ଥୋପେଡିକ୍ସ ବିଭାଗ ପୂର୍ବାଞ୍ଚଳରେ ସପ୍ତମ ରାଙ୍କିଂରେ ରହିଥିବା ବେଳେ ଓପ୍‌ଥାଲ୍‌ମୋଲୋଜି ବିଭାଗ ଏବଂ ଡର୍ମାଟୋଲୋଜି ବିଭାଗ ପୂର୍ବାଞ୍ଚଳରେ ଯଥାକ୍ରମେ ୮ମ ଏବଂ ୧୦ମ ସ୍ଥାନ ହାସଲ କରିଛନ୍ତି।

Comment