ଓଡ଼ିଶାଲାଇଭ୍‌ ବ୍ୟୁରୋ 

First snowfall in srinagar

ପ୍ରବଳ ତୁଷାରପାତରେ ଘୋଡ଼େଇ ହୋଇରହିଛି ପୂରା କାଶ୍ମୀର। ରାସ୍ତା ଉପରେ ମଧ୍ୟ ବରଫ ଜମାହେଇ ରହିଥିବାରୁ ଗାଡ଼ି ମଟର ଚଳାଚଳ ହୋଇପାରୁନାହିଁ। ଫଳରେ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ସକାଳୁ ତୁଷାରପାତ ସହ ବର୍ଷା ଜାରି ରହିଛି।

କାଶ୍ମୀରର ଯୋଜିଲା ପାସ, ଦ୍ରାସ, କାର୍ଗିଲ, ସୋନମାର୍ଗ, ଗୁଲମାର୍ଗ ଆଦି ଅଂଚଳରେ ତୁଷାରପାତ ସହ ବର୍ଷା ମଧ୍ୟ ହେଉଛି। କାଲିଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ ବୋଲି ପାଣିପାଗ ବିଭାଗ କହିଛି।

ଗୁଲମାର୍ଗ ଏବଂ ପହଲମାର୍ଗ ଅଂଚଳର ପାହାଡିଆ ଅଂଚଳକୁ ଯେଉଁ ପର୍ଯ୍ୟଟକମାନେ ଆସିଥିଲେ ସେମାନେ ତୁଷାରପାତ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଖାପଖି ଶହେ ଜଣ ପର୍ଯ୍ୟଟକଙ୍କୁ ଯବାନମାନେ ଶିବିରକୁ ଆଣି ରଖିଛନ୍ତି। ସେଠାରେ ସେନା ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିଲା। ଯେଉଁ ପର୍ଯ୍ୟଟକମାନେ ଗୁଲ୍‌ମାର୍ଗ ଓ ପହଲଗାମ୍ ହିଲ୍ ଷ୍ଟେସନରେ ରହିଥିଲେ ସେମାନେ ସେଠାରେ ଏକ ପ୍ରକାର ବନ୍ଦୀ ହୋଇ ରହିଛନ୍ତି।

ଜଣେ ପର୍ଯ୍ୟଟକ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ସେ ସେଠାକୁ ବୁଲାବୁଲି କରିବାକୁ ଯାଇଥିଲେ କିନ୍ତୁ ସବୁ ତାଙ୍କ ଭାବନାରେ ହିଁ ରହିଗଲା। କିନ୍ତୁ ତୁଷାରପାତ ଦେଖି ସେ ବହୁତ ଖୁସି ମଧ୍ୟ ହୋଇଥିବା କହିଛନ୍ତି। ତୁଷାରପାତ ଯୋଗୁଁ କାଶ୍ମୀରର ଏହି ସବୁ ପାହାଡିଆ ଅଂଚଳରେ ଅତ୍ୟଧିକ ଥଣ୍ଡା ପବନ ବହୁଛି।

ତେବେ ରାତିରେ ତାପମାତ୍ରା ଆହୁରି କମ ରହୁଛି। ଶ୍ରୀନଗରରେ ବର୍ଷତମାମ ତାପମାତ୍ରା ସର୍ବନିମ୍ନ ରହିଥାଏ। କିନ୍ତୁ ବର୍ଷର ଏହି ସମୟରେ ଶ୍ରୀନଗରର ତାପମାତ୍ରା ୧.୮ ଡିଗ୍ରୀ ସେଲସିଅସ ରହିଥାଏ।

ଏଥର ପହଲଗ୍ରାମରେ ତାପମାତ୍ରା ୦.୪ ଡିଗ୍ରୀ ସେଲସିଅସ ରହିଥିବାବେଳେ ଗୁଲମାର୍ଗରେ ମାଇନସ ୩ ଡିଗ୍ରୀ ସେଲସିଅସ ରହିଛି। କାର୍ଗିଲର ତାପମାତ୍ରା ମାଇନସ ୪.୮ ରହିଛି ଯାହାକି ପୂରା ରାଜ୍ୟର ସର୍ବନିମ୍ନ ତାପମାତ୍ରା ଏବଂ ସେଠାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି।

LEAVE A REPLY

Please enter your comment!
Please enter your name here