ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ଏନଏଚ ୪୯ ଓସିଟି ଅଫିସ ନିକଟରେ ଶୁକ୍ରବାର ଝାରସୁଗୁଡ଼ାରୁ ଯାଉଥିବା ଏକ ଟ୍ରକ (ଓଆର ୧୬ସି ୧୧୧୩) ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସେ ସମୟରେ ରାସ୍ତା ଦେଇ ଯାଉଥିବା ମୁଣ୍ଡାପଡ଼ାର ୩୬ ବର୍ଷିୟା ମହିଳା ବାସନ୍ତୀ ଖଡ଼ିଆ ଆହତ ହୋଇଛନ୍ତି।

ଏଭଳି ଘଟଣାରେ ଉତ୍ତ୍ୟକ୍ତ ‌ହୋଇ ସ୍ଥାନୀୟ ଲୋକମାନେ ଶୁକ୍ରବାର ମଧ୍ୟାହ୍ନରେ ରାସ୍ତାରୋକ କରିଥିଲେ। ଏହାପରେ ଓରିଏଣ୍ଟ ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ସେମାନଙ୍କ ସହ ଆଲୋଚନା କଲା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

Comment