ଓଡ଼ିଶାଲାଇଭ୍‌ ବ୍ୟୁରୋ

ସତରେ ଶୀର୍ଷକଟିକୁ ଆପଣ ପଢ଼ୁଥିଲେ ମଧ୍ୟ ଏହାକୁ ବିଶ୍ୱାସ କରିପାରୁନଥିବେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେ କମ୍ ବୟସରେ ହସନ ୩୦ ଜଣ ଇଞ୍ଜିନୟରିଂ ଛାତ୍ରଛାତ୍ରୀଙ୍କୁ ମାଗଣା ପଢ଼ାଉଛନ୍ତି।

ବି-ଟେକ୍ ଓ ଏମ-ଟେକର ସିଭିଲ, ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍ର ଛାତ୍ରଛାତ୍ରୀଙ୍କୁ ଡିଜାଇନ୍ ଓ ଡ୍ରାଫ୍ଟିଂ ଶିଖାଉଛନ୍ତି। ସପ୍ତମ ଶ୍ରେଣୀରେ ପଢୁଛନ୍ତି ୧୧ ବର୍ଷୀୟ ମହମ୍ମଦ ହସନ। ଏହାସହ ୨୦୨୦ ପର୍ଯ୍ୟନ୍ତ ୧୦୦୦ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାର ଲକ୍ଷ୍ୟ ରଖିଛନ୍ତି ହସନ। ଇଣ୍ଟରନେଟରୁ ଶିକ୍ଷା ଲାଭ କରି ପଢାଉଛନ୍ତି ହସନ।

ଦେଶ ପାଇଁ କିଛି ନିଆରା କରିବାକୁ ଚାହୁଁଥିବା ହସନ ମାଗଣାରେ ଶିକ୍ଷା ଦେଉଛନ୍ତି। ସକାଳେ ସ୍କୁଲକୁ ଯାଉଛନ୍ତି ହସନ। ୩ଟାରେ ସ୍କୁଲରୁ ଫେରିବା ପରେ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଆନ୍ତି ସେ। ସେଠାରୁ ଫେରିବା ପରେ ୬ଟା ପର୍ଯ୍ୟନ୍ତ କୋଚିଂ କ୍ଲାସ୍ ଯାଆନ୍ତି ହସନ।

ଗୋଟିଏ ଭିଡିଓ ଦେଖିବା ପରେ ନିଜ ବୟସଠାରୁ ଦୁଇଗୁଣା ବୟସର ପିଲାଙ୍କୁ ପଢାଇବାକୁ ଇଚ୍ଛା ହୋଇଥିବା କହିଛନ୍ତି ହସନ। ହସନଙ୍କର ଜଣେ ଛାତ୍ରୀଙ୍କ କହିବା ଅନୁଯାୟୀ, ଦେଢ଼ମାସ ହେଲା ସେ ସେଠାକୁ ପଢିବାକୁ ଆସୁଛନ୍ତି।

ହସନଙ୍କ ବୟସ କମ୍ ହେଲେ ସୁଦ୍ଧା ବହୁତ ଭଲ ପଢାଉଛନ୍ତି ବୋଲି ମଧ୍ୟ କହିଛନ୍ତି। ହସନଙ୍କ ପାଠ ପଢାଇବାର ଶୈଳୀ ଅତ୍ୟନ୍ତ ସରଳ ଏବଂ ବୁଝିବା ପାଇଁ ସହଜ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ।

Comment