ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅପ୍‌କମିଂ ଫିକ୍ସନ ଫିଲ୍ମ ୨.୦ ଟ୍ରେଲର୍‌ ରିଲିଜ୍ ହୋଇଯାଇଛି। ଶନିବାର ଫିଲ୍ମର ଟ୍ରେଲର ତ୍ରିଭାଷା ତଥା ହିନ୍ଦୀ, ତାମିଲ୍ ଏବଂ ତେଲଗୁରେ ରିଲିଜ କରାଯାଇଛି।

ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏସ ଶଙ୍କର। ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଅକ୍ଷୟ କୁମାର, ଏମି ଜ୍ୟାକ୍ସନ, ଶୁଧାଂଶୁ ପାଣ୍ଡେ ଓ ଆଦିଲ୍‌ ହୁସେନ୍‌ ପ୍ରମୁଖ ଭୂମିକାରେ ନଜର ଆସିବେ।

ଏହା ଅକ୍ଷୟଙ୍କ ପ୍ରଥମ ତାମିଲ୍ ଫିଲ୍ମ। ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି।

ଫିଲ୍ମରେ ଜବରଦସ୍ତ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିବା ଟ୍ରେଲରରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି।

ଏହି ଫିଲ୍ମ ପ୍ରାୟ ୬୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ହୋଇଛି। ଫିଲ୍ମରେ ରଜନୀକାନ୍ତ ଜଣେ ବୈଜ୍ଞାନିକ ରୋବର୍ଟ ଚରିତ୍ରରେ ଅଭିନୟ କରିଛନ୍ତି।

ତାମିଲ୍‌, ତେଲ୍‌ଗୁ ଓ ହିନ୍ଦୀରେ ରିଲିଜ୍‌ ହୋଇଥିବା ୨.୦ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍‌ ରେହମାନ୍‌। ନଭେମ୍ବର ୨୯ରେ ଦର୍ଶକମାନେ ଏହାକୁ ପରଦାରେ ଦେଖିପାରିବେ।

Comment