ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ୨ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବସ୍‌ଷ୍ଟାଣ୍ଡ୍ ନିକଟ ଏକ ଚା’ ଦୋକାନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏକ କାର୍ ଆସି ୨ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ପୋଲିସ କହିବାନୁସାରେ, ମୃତକ ଦ୍ୱୟ ହେଲେ ଲୁବିନା ମାରାଣ୍ଡି ଓ ସୁରୁ ମାରାଣ୍ଡି। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜୋକା ପଞ୍ଚାୟତ ଅନ୍ତର୍ଗତ କାଶିଆବେଡ଼ା ଗାଁରେ। ସେମାନେ ଏଠାକୁ ଦାଦନ ଖଟିବାକୁ ଆସିଥିଲେ। ହେଲେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଗତ ଶନିବାର ଦିନ ଏହି ଦୁର୍ଘଟଣାଟି ଘଟିଛି।

ଆନ୍ଧ୍ରପ୍ରଦେଶରେ ଏକ ପଥର ଖାଦାନରେ ଶ୍ରମିକ ଭାବେ କାମ କରୁଥିଲେ ଲୁବିନା ଓ ସୁରୁ। ଏଠାକାର ସ୍ଥାନୀୟ ପ୍ରଶାସନ ସହାୟତାରେ ଉଭୟଙ୍କ ମୃତଦେହକୁ ସେମାନଙ୍କ ଗାଁକୁ ପଠାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।

Comment