ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବକଙ୍କୁ ହତ୍ୟା ଘଟଣାରେ ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାର କୈଳାସ ପ୍ରଧାନ ତାଙ୍କ ନିଜର ପରିବାରବର୍ଗଙ୍କୁ ଧରି ଗୋପାଳପୁର ଥାନା ଅନ୍ତର୍ଗତ ନୂଆଗୋଳାବନ୍ଧ ଗ୍ରାମରେ ରହି ଆସୁଥିଲେ। ସେ ଧବଳେଶ୍ୱର ମନ୍ଦିରଠାରେ ଭିକ୍ଷା ବୃତ୍ତି କରି ନିଜର ପରିବାର ଚଳାଇ ଆସୁଥିଲେ।

ଚଳିତ ମାସ ୭ ତାରିଖରେ ନୂଆଗୋଳାବନ୍ଧ ଗ୍ରାମର ଜି.ଜଗୁଡ଼ୁ, ଜେ.ଆପେୟା ଓ କୈଳାସ ମିଶି ମଦ୍ୟପାନ କରିଥିଲେ। ପରେ ପ୍ରଚୁର ନିଶା ହୋଇଯିବାରୁ କୈଳାସଙ୍କ ପତ୍ନୀଙ୍କୁ ଅଶ୍ଲିଳ ଇଙ୍ଗିତ କରୁଥିବାବେଳେ ଏଥିରେ ଉତକ୍ଷିପ୍ତ ହୋଇ କୈଳାସ ବିରୋଧ କରିଥିଲେ ।

ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଉଗ୍ର ରୂପ ଧାରଣ କରିଥିଲା। କୈଳାସଙ୍କୁ ଚତୁରତାର ସହ ମନ୍ଦିର ପଛପଟେ ଥିବା ଏକ ପଡ଼ିଆକୁ ନେଇ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲେ।

ସଦର ଏସଡିପିଓ ଅଶୋକ କୁମାର ମହାନ୍ତି ଓ ଗୋପାଳପୁର ଥାନାଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି, “ ଏ ନେଇ ଥାନାରେ ଏକ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ କରି ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏହାଛଡ଼ା ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଗୋଟିଏ ରକ୍ତଭିଜା କାତି ଜବତ କରାଯାଇଥିଲା।“

Comment