ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପରୋକ୍ତ ଶୀର୍ଷକଟିକୁ ଆପଣଙ୍କୁ ଅବିଶ୍ୱାସ ଲାଗୁଥିଲେ ବି କଥାଟି ସତ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ପରିବାରବର୍ଗ ତାଙ୍କ ଅନ୍ତିମ ସଂସ୍କାରର ପ୍ରସ୍ତୁତି କରୁଥିଲେ।

ପରିବାର ଲୋକ, ବନ୍ଧୁବାନ୍ଧବ ଓ ଗାଁ ଲୋକେ ସମସ୍ତେ ଜାଣି ସାରିଥିଲେ ତାଙ୍କର ମୃତ୍ୟୁ ହୋଇସାରିଛି। କିନ୍ତୁ ଘଟଣା ଘଟିବାର ୪ ଘଣ୍ଟା ପରେ ଯାହା କିଛି ଘଟିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

ମୃତ୍ୟୁର ୪ ଘଣ୍ଟା ପରେ ବଞ୍ଚି ଉଠିଥିଲେ ଏହି ବ୍ୟକ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନର ଝାଝୁନ ଅଞ୍ଚଳରେ ଘଟିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ୯୫ ବର୍ଷୀୟ ଏହି ବୃଦ୍ଧଙ୍କର ଦ୍ୱିପହର ପାଖାପାଖି ୧.୩୦ ସମୟରେ ମୃତ୍ୟୁ ହୋଇଥିଲା। ସମସ୍ତ ପ୍ରିୟଜନଙ୍କୁ ତାଙ୍କ ମୃତ୍ୟୁ ଖବର ପଠାଯାଇଥିଲା। ଅନ୍ତିମ ସଂସ୍କାରର ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ହୋଇଥିଲା। ଆଉ ସବୁଠାରୁ ବଡ଼ କଥା ହେଉଛି, ମୁଖାଗ୍ନି ଦେବା ପାଇଁ ତାଙ୍କ ପୁଅ ଶୁଦ୍ଧି ମଧ୍ୟ ହୋଇଥିଲେ। କିନ୍ତୁ ଯେତେବେଳେ ପ୍ରଥା ଅନୁଯାୟୀ ତାଙ୍କୁ ଗାଧୋଇବାକୁ ନିଆଯାଇଥିଲା, ସେତେବେଳେ ତାଙ୍କ ଶ୍ୱାସକ୍ରିୟା ପୁଣି ଥରେ ଚାଲୁଥିବା ଜଣାପଡ଼ିଥିଲା। ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଖଟରେ ଶୁଆଇ ଦିଆଯାଇଥିଲା।

କିଛି ସମୟ ପରେ ସେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣାକୁ ଲୋକମାନେ ଭଗବାନଙ୍କ ଚମତ୍କାର ବୋଲି କହିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।

Comment