ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଧରାପଡ଼ିଲା ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’।

ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଅଚେତ ହେଲା ସୁନ୍ଦରୀ। ସୋମବାର ଟ୍ରାଙ୍କୁଲାଇଜ୍ କରାଯାଇ ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରାଯାଇଛି। ଚନ୍ଦକାରୁ ଆସିଥିବା କୁମ୍‌କି ହାତୀ ଯଶୋଦା ପିଠିରେ ବସି ବିଶେଷଜ୍ଞ ଦଳ ସୁନ୍ଦରୀକୁ କାବୁ କରିଥିଲେ। ସାତକୋଶିଆ ମଝିପଡ଼ା ଜଙ୍ଗଲରେ ବୁଲୁଥିବା ବେଳେ ସୁନ୍ଦରୀକୁ ଟ୍ରାଙ୍କୁରାଇଜ କରିଥିବା ଜଣାପଡ଼ିଛି। ଏବିଷୟରେ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ଦୀର୍ଘ ଦିନ ପରେ ସଫଳ ହେଲା ଅପରେସନ୍ ସୁନ୍ଦରୀ। ମହାବଳକୁ ଧରିବା ମୁସ୍କିଲ ହୋଇ ପଡ଼ିଥିଲା। ସାତକୋଶିଆରେ ଧରା ଦେଇନଥିବା ବାଘୁଣୀକୁ ସୋମବାର ଟ୍ରାଙ୍କୁରାଇଜ୍ କରାଯାଇଛି। ବାରମ୍ବାର ବିଶେଷଜ୍ଞ ଦଳକୁ ଚକମା ଦେଇ ଖସି ଯାଉଥିବା ବାଘୁଣୀ ସୋମବାର ଅଚେତ ହୋଇଛି।

ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିଲା ବାଘୁଣୀ ‘ସୁନ୍ଦରୀ’। ଚନ୍ଦକାରୁ ଆସିଥିବା କୁମ୍‌କି ହାତୀ ଯଶୋଦା ସହାୟତାରେ ଅପରେସନ ହୋଇଛି ସଫଳ। ହାତିବାରୀ ଓ ଟାଇଁସିରେ ଦୁଇ ଜଣଙ୍କୁ ମାରିଥିଲା ସୁନ୍ଦରୀ।

ତେବେ ବଂଶ ବୃଦ୍ଧି କରିବାକୁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘୁଣୀଟି ମଣିଷଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ପ୍ରମାଣ ହୋଇନଥିଲେ ମଧ୍ୟ ପ୍ରତିଶେଧମୂଳକ ପଦକ୍ଷେପ ଭାବେ ତାକୁ ଖୋଲାରେ ନ ରଖିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଏହାଛଡ଼ା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ନନ୍ଦନକାନନ ପଠାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।

Comment