ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି।

ଆଗକୁ ରହିଛି ହକି ବିଶ୍ୱ କପ୍‌। ତେଣୁ ଖେଳ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଜନାସଗାଗମ ହେବ। ଖାସ୍‌ ସେଥିପାଇଁ ଏହାକୁ ଆଖିରେ ରଖି ସ୍ମାର୍ଟ ସିଟିରେ ଆରମ୍ଭ ହୋଇଛି ‘ମୋ ବସ୍’ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୂର୍ବାହ୍ଣ ୧୧ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି।

ସମ୍ପୂର୍ଣ୍ଣ ନୂତନ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ବସ୍‌ଗୁଡ଼ିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ। ତେବେ ମୋଟ ୨୦୦ଟି ବସ୍‌ ଏହି ଯୋଜନାରେ ସାମିଲ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ମୋଟ ୯ଟି ରୁଟରେ ଶହେଟି ନୂଆ ବସ୍‌ ଚଳାଚଳ କଲା।

 

ଏଥିସହ ଏହି ବସ୍‌ରେ ଲାଗିଛି ସିସିଟିଭି କ୍ୟାମେରା ଓ ଜିପିଏସ୍‌। ଏହାବ୍ୟତୀତ ୱାଇଫାଇର ବ୍ୟବସ୍ଥା ମଧ୍ୟ ଏହି ବସ୍‌ରେ ରହିଛି। ସିଟି ବସ୍‌ ଭଳି ସେବା ଯୋଗାଇବ ‘ମୋ ବସ୍‌’। ଏହି ବସ୍‌ରେ ସିସିଟିଭି ଓ ଟ୍ରାକିଂ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଏହାଛଡ଼ା ପ୍ରତି ୧୦ ମିନିଟ୍‌ରେ ଏହି ବସ୍‌ ମାଧ୍ୟମରେ ଲୋକମାନେ ଯାତାୟତ କରିବାର ସୁବିଧା ପାଇବେ।

Comment