ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲା ମୋହନାରେ ଗାଧୋଉ ଥିବାବେଳେ ପ୍ରାଣ ହରାଇଛନ୍ତି ଦୁଇ ଭାଇ ଭଉଣୀ ।
ଗଜପତି ଜିଲ୍ଲା ମୋହନାରେ ଗୁରୁବାର ସକାଳେ ଘଟିଛି ଏକ ଦୁଃଖଦ ଘଟଣା। ମା’ଙ୍କ ସହ ଗାଧୋଉ ଥିବାବେଳେ ବୁଡ଼ିଗଲେ ଦୁଇ ଭାଇ ଭଉଣୀ।
ମୃତକ ଭାଇଭଉଣୀ ହେଲେ ୬ବର୍ଷର ଝିଅ ସୌମ୍ୟା ସୁଆଲ ସିଂ ଓ ୩ ବର୍ଷର ପୁଅ ବିଷ୍ଣୁ ସୁଆଲ ସିଂ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନଦୀକୁ ମା’ଙ୍କ ସହ ଏହି ଦୁଇ ଭାଇ ଭଉଣୀ ଗାଧେଇବାକୁ ଯାଇଥିଲେ। ହଠାତ୍ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ମା’ ଦୁଇ ଭାଇ ଭଉଣୀଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାକୁ ଆଣିଥିଲେ, କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ଘଟଣାର ତଦନ୍ତ କରୁଛି।


















