ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଘାଗରା ଗାଁ ନିକଟ ପଟ୍ଟାମୁଣ୍ଡାଇ କେନାଲର କଲଭର୍ଟ କଡ଼ରୁ ତେଲ ବାହାରିବା ଘଟଣାର ଅନୁଧ୍ୟନ କରିଛନ୍ତି ତହସିଲଦାର ହେମଲତା ବାହାଲିଆ। ସେ ଘଟଣାସ୍ଥଳକୁ ଯାଇକେନାଲ ପାଣିରେ ଭାସୁଥିବା ତେଲକୁ ଏକ ଧଳା କାଗଜରେ ଭିଜାଇ ତାହାର ନମୁନା ସଂଗ୍ରହ କରିଥିଲେ। ଏହି ତେଲ ଡିଜେଲ ପରି ବାସ୍ନା ହେଉଥିବା ତହସିଲଦାର ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସେ ତୁରନ୍ତ ଏକ ରିପୋର୍ଟ ଦେବେ ବୋଲି ତହସିଲଦାର କହିଛନ୍ତି।
ସଂଗୃହିତ ତେଲ ନମୁନାକୁ ପରୀକ୍ଷା କରିବାକୁ ଆଇଓସିଏଲକୁ ପଠାଯିବା ସହିତ ଭୁତତ୍ତ୍ୱ ବିଭାଗକୁ ଏହି ଘଟଣା ସମ୍ପର୍କରେ ଅବଗତ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଶନିବାର କଲଭର୍ଟ କଡ଼ରୁ ତେଲ ବାହାରିବା ଘଟଣା ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।


















