ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=c1NydzzTYTY
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୧୮ର ଏକ୍ସପୋ ଆରମ୍ଭ ହୋଇଯାଇଛି। ଓଡ଼ିଶାର ପ୍ରମୁଖ ପର୍ଯଟନସ୍ଥଳ ଭିତରକନିକା, ଚିଲିକା ଓ ଶିମିଳିପାଳ ନାମରେ ଖୋଲିଥିବା ହ୍ୟାଙ୍ଗରରେ ଏହି ଷ୍ଟଲଗୁଡ଼ିକ ଖୋଲିଛି।
ଏଥିରେ ଦେଶ ବିଦେଶର ୧୨୦ଟି ଶିଳ୍ପ ପ୍ରତିଷ୍ଠାନ, ବ୍ୟାଙ୍କ ଓ ସେବା ପ୍ରଦାନକାରୀ ସଂସ୍ଥା ସେମାନଙ୍କ ଷ୍ଟଲ ଖୋଲିଛନ୍ତି। ରବିବାର ସନ୍ଧ୍ୟାରେ ଏକ୍ସପୋକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ଷ୍ଟଲଗୁଡ଼ିକ ବୁଲି ଦେଖିଥିଲେ।

ଅଦାନୀ ଗ୍ରୁପଠାରୁ ଆରମ୍ଭ କରି ଆଦିତ୍ୟ ବିର୍ଲା ଫେସନ୍ ଆଣ୍ଡ ରିଟେଲ ଲିମିଟେଡ, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ, ଇମାମୀ ପେପର ମିଲ୍ସ ଲିମିଟେଡ, ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ, ହିନ୍ଦୁସ୍ତାନ କୋକାକୋଲା ବେଭରେଜ୍ସ ପ୍ରାଇଭେଟ ଲିମିଟେଡ, ଭାରତୀୟ ତୈଳ ନିଗମ, ଇଣ୍ଡୋ ନିସିନ ଫୁଡ୍ ପ୍ରାଇଭେଟ ଲିମିଟେଡ, ଆଇଟିସି ଲିମିଟେଡ, ଫାଲକନ୍ ମେରାଇନ ଏକ୍ସପୋର୍ଟସ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ, ଜେଏସଡବ୍ଲ୍ୟୁ ଗ୍ରୁପ୍, ପାର୍ଲେ ଆଗ୍ରୋ, ରିଲାଏନ୍ସ ଜିଓ ଇନଫୋକମ୍, ଟିସିଏସ, ଟାଟା ଷ୍ଟିଲ, ଅଲ୍ଟ୍ରାଟେକ୍ ସିମେଣ୍ଟ, ବେଦାନ୍ତ ଲିମିଟେଡ ପ୍ରମୁଖ କମ୍ପାନି ଏଠାରେ ଷ୍ଟଲ ଖୋଲିଛନ୍ତି।

ରାଜଧାନୀର ଜନତା ମୈଦାନରେ ଅନୁଷ୍ଠିତ ହେଉଥିବା ଏହି ଶିଳ୍ପ ସମ୍ମିଳନୀ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଚର୍ଚ୍ଚା ହେଉଛି। ଦେଶର ସବୁଠାରୁ ବଡ଼ ଶିଳ୍ପପତିଙ୍କ ସମେତ ବିଦେଶର ଶିଳ୍ପପତିମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି।

ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ଆଶା ରଖିଛନ୍ତି ରାଜ୍ୟ ସରକାର। ସବୁଠାରୁ ବଡ଼ କଥା ହେଉଛି ଏଥର, ଖଣିଜ ଶିଳ୍ପକୁ ବାଦ ଦେଇ ଅନ୍ୟକ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାର ସବୁଠାର ବଫ ଉଦ୍ୟମ “ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୧୮।”

















