ଓଡ଼ିଶାଲାଇଭ୍ ବ୍ୟୁରୋ

“ମେକ୍ ଇନ୍ ଓଡ଼ିଶା କନକ୍ଲେଭ”ର ଦ୍ୱିତୀୟ ସଂସ୍କରଣରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗ ଦେଇ ଉଦବୋଧନ ଦେଇଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ପୁଞ୍ଜିନିବେଶ କରିବାକୁ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି।

“ଓଡ଼ିଶାରେ ଅଧିକ ୩ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ। ତେବେ ପୂର୍ବରୁ ୬ ହଜାର କୋଟି ଟଙ୍କା ନିବେଶ କରିଛି”  କହିଛନ୍ତି ମୁକେଶ ଅମ୍ବାନୀ।

ଏଥିସହ ମୁକେଶ କହିଛନ୍ତି, “ ମୋ ବାପା ଅନିଲ ଧୀରୁଭାଇ ଅମ୍ବାନୀଙ୍କ ସହ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କର ଥିଲା ଗଭୀର ବନ୍ଧୁତା। ଦୁନିଆରେ କିଛି ଅସମ୍ଭବ ନୁହେଁ ବୋଲି ଏହି ଦୁଇ ମହାନ ବ୍ୟକ୍ତିଙ୍କ ଠାରୁ ସଭିଁଙ୍କୁ ନୀତିଶିକ୍ଷା ମିଳିଛି। ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ରିଲାଏନ୍ସ ଜିଓ ପ୍ରୋଜେକ୍ଟ ଦ୍ୱାରା ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି।”

ଏଥିସହ ଆହୁରି ମଧ୍ୟ କହିଛନ୍ତି, “ଏଥିରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ରିଲାଏନ୍ସ ଜିଓର ମୂଳ ଲକ୍ଷ୍ୟ ଭାରତକୁ ଡ଼ିଜିଟାଲାଇଜେସନ କରିବା। ଗତ କିଛି ବର୍ଷ ହେବ ଓଡ଼ିଶା ଆଇଟି କ୍ଷେତ୍ରରେ ଏକ ନମ୍ବର ରାଜ୍ୟ ଭାବେ ଉଦ୍ଭା ହୋଇଛି। ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ୮ ପ୍ରତିଶତ ବୃଦ୍ଧି ହୋଇଛି।”

“ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ଯାହାର ଶ୍ରେୟ ଓଡ଼ିଶାର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ମୁକେଶ ଅମ୍ବାନୀ। ଜିଓ ଡିଜିଟାଲର ମୂଳ ଲକ୍ଷ୍ୟ ଭାରତକୁ ଡିଜିଟାଲ କରିବା ଏବଂ ମେକ୍ ଇନ୍ ଓଡ଼ିଶାକୁ ମେକ୍ ଏ ନିଉ ଓଡ଼ିଶା ଗଢ଼ି ତୋଳିବାରେ ରାଜ୍ୟ ସରକାରଙ୍କ ସହଭାଗୀ ହୋଇ ଏହି ଲକ୍ଷ୍ୟ ପୂରଣ ହୋଇପାରିବ” କହିଛନ୍ତି ମୁକେଶ ଅମ୍ବାନୀ।

“ପୂରା ଦେଶରେ ଜିଓ ଡାଟା ବ୍ୟବହାରରେ ଓଡ଼ିଶା ସବୁଠାରୁ ଆଗରେ” କହିଥିଲେ ମୁକେଶ। ଓଡ଼ିଶାର ୪୩,୦୦୦ ଗ୍ରାମରେ ଏବେ ଜିଓ ସେବା ଉପଲବ୍ଧ। ଡିଜିଟାଲ କ୍ଷେତ୍ରରେ ସାରା ଭାରତ ଏବେ ନରେଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବାରେ ଆଗେଇ ଚାଲିଛି। ଓଡ଼ିଶା ମଧ୍ୟ ଏହି ରେସ୍‌ରେ ନିଜକୁ ସାମିଲ କରିଛି।

କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଆମ୍ବାନୀ ପ୍ରଶଂସା କରିବା ସହ ରିଲାଏନ୍ସ ଫାଉଣ୍ଡେସନ୍ ତରଫରୁ ଓଡ଼ିଶାରେ ରିଲାଏନ୍ସ ଓଡ଼ିଶା ହାଇପାୱାର ଆଥଲେଟିକ୍ ସେଣ୍ଟର ନିର୍ମାଣ କରିବା ବୋଲି ସୂଚନା ଦେଇଛନ୍ତି। ପରିଶେଷରେ ନିଜ ଉଦବୋଧନ ସମାପ୍ତ କରିବାକୁ ଯାଇ ଅମ୍ବାନୀ କହିଛନ୍ତି, “ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ କରିବାପାଇଁ ତଥା ସ୍ୱର୍ଗତ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ପ୍ରୟାସରେ ରିଲାଏନ୍ସର ସହଭାଗିତା ରହିବ।”

ପ୍ଲେନାରୀ ସେସନରେ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମେତ ଦେଶର ୨୫ଜଣ ଦେଶର ବଡ଼ ବଡ଼ ଶିଳ୍ପପତି ଯୋଗ ଦେଇଛନ୍ତି। ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜିଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍‌ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗ ଦେଇଛନ୍ତି।

Comment