ଓଡ଼ିଶାଲାଇଭ୍ ବ୍ୟୁରୋ

 

ଭୁବନେଶ୍ୱରର ଜନତା ମଇଦାନରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ଦ୍ଵିତୀୟ ସଂସ୍କରଣ। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ଵିତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଥିଲେ।

ଏହି କନ୍‌କ୍ଲେଭ୍‌ ଜରିଆରେ ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗର ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି।

ତେବେ ସୋମବାର ଅନୁଷ୍ଠିତ ହେବାକୁ ଥିବା ବିଜନେସ୍‌ ଲିଡରସିପ୍‌ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶବିଦେଶର ୨୫ଜଣ ବଡ଼ ଶିଳ୍ପପତି ଯୋଗ ଦେଇଛନ୍ତି। ଏଥିରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗ ଦେଇଛନ୍ତି  ।

ଏମାନଙ୍କ ବ୍ୟତୀତ ଏହି ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ଵାଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍‌ସର ଅଧକ୍ଷ ଏନ. ଚନ୍ଦ୍ରଶେଖରନ ଏବଂ ଗୌତମ ଆଦାନୀ ପ୍ରମୁଖ ଯୋଗ ଦେଇଛନ୍ତି। ଏଥିସହ ଜାପାନର ରାଷ୍ଟ୍ରଦୂତ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।

ଆଜିର ସେସନ୍‌ରେ ୧୦ଟି ବୃହତ ଶିଳ୍ପସଂସ୍ଥା ମୁଖ୍ୟ ତାଙ୍କର ଅଭିଭାଷଣ ରଖିବେ।

Comment