ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ମନ୍ଦିରରେ ସାଧା ପଥର ଲଗାଇବା ଘଟଣାକୁ ନେଇ ମଙ୍ଗଳବାର ସଚିବାଳୟରେ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ। ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା।

କୋଣାର୍କରେ କୌଣସି ପଥର ବଦଳା ଯାଇନାହିଁ। ପୂର୍ବରୁ କୋଣାର୍କ ମନ୍ଦିରର ଖାଲିଥିବା ସ୍ଥାନରେ କ’ଣ ଥିଲା ତାର ଫଟୋ କାହା ପାଖରେ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଏଏସଆଇ କର୍ତ୍ତୁପକ୍ଷ।

ଏଏସଆଇ କର୍ତ୍ତୁପକ୍ଷ କହିଛନ୍ତି, “ଏଏସଆଇ ଆକ୍ଟ ଅନୁସାରେ କୋଣାର୍କ ମନ୍ଦିରର କେବଳ ଖାଲି ପଡିଥିବା ସ୍ଥାନରେ ସାଧାରଣ ପଥର ଲଗାଯାଇ ପୂରଣ କରାଯାଇଛି।”

ଏଏସଆଇର ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି, “ମନ୍ଦିରର ଖାଲି ପଥର ଲାଗିଥିବା ସ୍ଥାନରେ କୈାଣସି କାରୂକାର୍ଯ୍ୟର ପଥର ନଥିଲା। ଏଏସଆଇ କିଛି ବି ପଥର ବଦଳାଇନାହିଁ।” ଏବଂ ସେମାନଙ୍କ ପାଖରେ ପ୍ରମାଣ ରହିଛି ।

ଅନ୍ୟପକ୍ଷରେ କୋଣାର୍କ ମନ୍ଦିରର ମୁଖଶାଳା ପାଖରୁ ୪୦ ପ୍ରତିଶତ ସ୍ଥାନରୁ ପଥର ହଟାଯାଇଥିବା ନେଇ ଅଭିଯୋଗ ହୋଇଛି।

Comment