ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ ଓ ଆଇନଜୀବୀ ବିବାଦର ଶୁଣାଣି ହାଇକୋର୍ଟରେ ମଙ୍ଗଳବାର ହେବାର ଥିଲା। ହେଲେ ପୁଣିଥରେ ଏହି ବିବାଦର ଶୁଣାଣି ଘୁଞ୍ଚିଛି। ଚାର୍ଜସିଟ ଦାଖଲ କରିବାପାଇଁ କ୍ରାଇମବ୍ରାଞ୍ଚ ସମୟ ମାଗିଥିବାରୁ ଏହି ଶୁଣାଣି ଘୁଞ୍ଚିଛି। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୋମବାର ହାଇକୋର୍ଟ ବାର ଆସୋସିଏସନ ବୈଠକରୁ ମଧ୍ୟ କିଛି ସମାଧାନ ବାହାରି ପାରିନଥିଲା। ବୁଧବାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଅନ୍ୟପକ୍ଷରେ ଭୁବନେଶ୍ୱର କୋର୍ଟ ମଙ୍ଗଳବାରଠାରୁ ଖୋଲିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ଦୁର୍ଗାମାଧବ ମିଶ୍ର।

“ତେବେ ପୋଲିସର ମାଡ଼ ପ୍ରତିବାଦରେ ହାଇକୋର୍ଟ ବାର୍ ଆସୋସିଏସନ୍ କରୁଥିବା ବନ୍ଦ ପାଳନକୁ ଭୁବନେଶ୍ୱର ବାର୍ ଆସୋସିଏସନ ସମର୍ଥନ ଜଣାଉଥିଲା। ହେଲେ ଏଭଳି ଉପାୟକୁ ସେମାନେ ପସନ୍ଦ କରୁନଥିବା”, କହିଛନ୍ତି ସଭାପତି ଦୁର୍ଗାମାଧବ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱର ବାର୍ ଆସୋସିଏସନ ତା’ର ସ୍ୱତନ୍ତ୍ରତା ବଜାୟ ରଖିବ।“

ଏହାଛଡ଼ା ବୁଧବାରଠାରୁ କୋର୍ଟ କାର୍ଯ୍ୟରେ ଓକିଲମାନେ ସହଯୋଗ କରିଛନ୍ତି।

Comment