ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁବେଳେ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ସାୱନ୍ତ ଏଥର ଅଡ଼ୁଆରେ ପଡ଼ିଯାଇଛନ୍ତି। ପଞ୍ଚକୁଲାର ତାଉ ଦେବୀଲାଲ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ସିଡବ୍ଲୁଇ ରେସଲିଂର ଫାଇଟରେ ଆହତ ହୋଇଛନ୍ତି ରାକ୍ଷୀ। ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସିଡବ୍ଲୁଇ ଚାମ୍ପିୟନସିପରେ ଭାଗ ନେବା ପାଇଁ ଅନେକ ବଡ଼ ବଡ଼ ରେସଲର୍‌ ଆସି ପହଞ୍ଚିଥିଲେ।ମହିଳା କୁସ୍ତି ଯୋଦ୍ଧା ରୋବେଲ୍‌ ରିଙ୍ଗ୍‌ ମଧ୍ୟ ପଞ୍ଚକୁଲାରେ ପହଞ୍ଚିଥିଲେ। ତାଙ୍କ ସହ ଲଢେଇ କରିବା ପାଇଁ ସେ ମହିଳାମାନଙ୍କୁ ଆହ୍ୱାନ କରିଥିଲେ। ରୋବେଲ୍‌ ଚ୍ୟାଲେଞ୍ଜ କରି କହିଥିଲେ,  “ଯଦି ପଞ୍ଚକୁଲାର କୌଣସି ମହିଳା ମଧ୍ୟରେ ଶକ୍ତି ଅଛି, ତେବେ ସେ ମୋ ସହିତ ଆସି କୁସ୍ତି କରନ୍ତୁ।”

ଏହାପରେ ରାକ୍ଷୀ ରିଙ୍ଗ୍ ଭିତରକୁ ଯାଇଥିଲେ। ରାକ୍ଷୀ ପ୍ରଥମେ ରୋବେଲ୍‌ଙ୍କ ପାଖରେ ନାଚର ଚାଲେଞ୍ଜ ରଖିଥିଲେ। ଚାଲେଞ୍ଜ ଅନୁସାରେ ରୋବେଲ୍‌ ଗୋଟିଏ ଗୀତରେ ରାକ୍ଷୀଙ୍କ ସହିତ ନାଚିଥିଲେ କିନ୍ତୁ ଗୀତ ସରିବା ପରେ ରୋବେଲ୍‌ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡ଼ି ଦେଇଥିଲେ।

ତଳେ ପଡ଼ିବା ପରେ ଆଠ ମିନିଟ୍‌ ପର୍ଯ୍ୟନ୍ତ ରାକ୍ଷୀ ରିଙ୍ଗରେ ପଡ଼ି ରହିଥିଲେ। ରାକ୍ଷୀଙ୍କ ଅଣ୍ଟାରେ ଆଘାତ ଲାଗିଥିବା କାରଣରୁ ସେ ଉଠି ପାରୁ ନ ଥିବା କଥା ଜଣାପଡ଼ିଥିଲା ଏବଂ ଦୁଇ ଜଣ ଲୋକ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ରିଙ୍ଗ୍‌ ବାହାରକୁ ନେଇଥିଲେ। ତାଙ୍କୁ ଏବେ ଜିର କପୁର୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Comment