ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ସବୁବେଳେ ନିଜର ବୋଲ୍ଡନେସ ଓ ବିବାଦୀୟ ବୟାନକୁ ନେଇ ବିବାଦରେ ରହିଥାନ୍ତି। ଏବେ ପୁଣି ସେ ପୁଣିଥରେ ସୋସିଆଲ ମିଡିଆରେ ଲାଇମ ଲାଇଟରେ ଅଛନ୍ତି।

ନିକଟରେ ରାକ୍ଷୀ ସୋସିଆଲ ମିଡ଼ିଆରେ ପାକିସ୍ତାନ ପତାକା ସହ ଫଟୋ ପୋଷ୍ଟ କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ନିଜର ଏହି ପୋଷ୍ଟକୁ ନେଇ ଟ୍ରୋଲର ଭିନ୍ନ ଭିନ୍ନ କମେଣ୍ଟ ରଖୁଛନ୍ତି।

ରାକ୍ଷୀ ଏବେ ଫିଲ୍ମ ଧାରା- ୩୭୦ର ସୁଟିଂରେ ବିଜି ଅଛନ୍ତି। ଫିଲ୍ମ ସୁଟିଂ ବେଳର କିଛି ଫଟୋ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ରାକ୍ଷୀ ପାକିସ୍ତାନ ପତାକା ଓ ଡ୍ୟାନ୍ସଷ୍ଟେପର କିଛି ଭିଡିଓ ପୋଷ୍ଟ କରିଛନ୍ତି।

ରାକ୍ଷୀ ଭିଡିଓ ପୋଷ୍ଟ କଲାବେଳେ ସ୍ପଷ୍ଟଭାବେ ଲେଖିଛନ୍ତି, ‘‘ମୁଁ ମୋ’ ଭାରତକୁ ବହୁତ ଭଲପାଏ। କିନ୍ତୁ ଏହା ହେଉଛି ଧାରା ୩୭୦ର ଅବତାର।’’

ଫିଲ୍ମ ବାବଦରେ କଥା ହେବା ବେଳେ ରାକ୍ଷୀ କହିଛନ୍ତି ଯେ ଏହି ଫିଲ୍ମଟି କଶ୍ମୀର ପିଡୀତାଙ୍କ ଉପରେ ଆଧାରିତ। ଏଥିରେ ରାକ୍ଷୀ ପାକିସ୍ତାନ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଝିଅମାନେ କିପରି ଜିହାଦି ହୋଇଥାନ୍ତି ତାର ରାଜ ଖୋଲୁଛନ୍ତି ସେ। ଏହା ସହିତ ରାକ୍ଷୀ ସୋସିଆଲ ମିଡିଆରେ ନିଜ ଆଇଟମ୍ ଗୀତର ଝଲକ ବି ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି।

Comment