ଓଡ଼ିଶାଲାଇଭ୍ ବ୍ୟୁରୋ

୬ ମହିଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୭ ଲକ୍ଷ ସଦସ୍ୟଙ୍କୁ ରାଜ୍ୟ ସରକାର ମାଗଣାରେ ଦେବେ ସ୍ମାର୍ଟ ଫୋନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ୍‌ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ମହିଳା ଉଦ୍ୟୋଗୀ ମଞ୍ଚରୁ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ବଡ଼ ଘୋଷଣା କରିଛନ୍ତି। ମିଶନ ଶକ୍ତି ଅଧୀନରେ ଥିବା ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ମାର୍ଟ ଫୋନ୍ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ମହିଳାମାନଙ୍କ ବିନା କୌଶସି ଦେଶ ବା ରାଜ୍ୟର ବିକାଶ ହୋଇ ପାରିନି। ଯେଉଁ ଦେଶ ବା ରାଜ୍ୟର ମହିଳାମାନେ ଯେତେ ସଶକ୍ତ ସେହି ରାଜ୍ୟ ଏବଂ ଦେଶ ସେତିକି ବିକଶିତ। ଡିଜିଟାଲ କ୍ଷେତ୍ରରେ ଆମ ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରଧାନ୍ୟ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ମାର୍ଟ ଫୋନ ଦିଆଯାଇ ସେମାନଙ୍କୁ ଡିଜିଟାଲ କ୍ଷେତ୍ରରେ ସଶକ୍ତ କରାଯିବ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏବର୍ଷର କନକ୍ଲେଭ ରେକର୍ଡ କରିଛି। କାରଣ ଏଥର ମୋଟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶିଳ୍ପପତି। ଏଥିପାଇଁ ୫ ଲକ୍ଷ ୯୧ ହଜାର ନୂଆ ନିଯୁକ୍ତି ସମ୍ଭାବନା ରହିଛି।”

ଏହି କାର୍ଯ୍ୟକ୍ରମରେ ଦେଶର ବଡ଼ ବଡ଼ ଶିଳ୍ପପତି ଏବଂ ୧୯ଟି ଦେଶର ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ। ଅପରପକ୍ଷରେ ଜାପାନ ରାଷ୍ଟ୍ରଦୂତ ଏହି ସମ୍ମିଳନୀରେ ଯୋଗ ଦେଇଥିବାରୁ ନବୀନ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟରେ ଦକ୍ଷତା ବିକାଶ ହେଉଥିବା ବେଳେ ଆଗାମୀ ଦିନରେ ଏହା ପୂର୍ବ ଭାରତର ମାନୁଫାକ୍ଚରିଂ କ୍ଷେତ୍ର ହେବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ସମ୍ପର୍କରେ ସୂଚନା ଦେଇଛନ୍ତି।

“ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ସଫଳ ହେବା ପରେ ୨୦୨୦ରେ ତୃତୀୟ ସଂସ୍କରଣ ହେବ। ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜନ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାରେ ରିଲାଏନ୍ସ ୩ ହଜାର କୋଟି, ସେଲ୍‌ ୪, ୧୦୦୦ କୋଟି, ଜେଏସ୍‌ପିଏଲ୍ ୫, ୫୦୦୦ କୋଟି, ଆଦିତ୍ୟ ବିର୍ଲା ୧୪, ୫୦୦ କୋଟି, ଟାଟା ୨୫୦୦୦ କୋଟି, ବେଦାନ୍ତ ୬୦୦୦ କୋଟି, ଆଇଟିସି ୫୫୦ କୋଟି, ଆଦାନି ୫୦୦ କୋଟି, ବ୍ରିଟାନିଆ ୬୦ କୋଟି ଟଙ୍କାର ନିବେଶ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅପରପକ୍ଷରେ ଡିଜିଟାଲ ଡିସ୍‌ପେନସାରୀ ପାଇଁ ୯୦ କୋଟି, ଡାୟାଗ୍ନୋଷ୍ଟିକ ଏବଂ ଡାୟାଲେସିସସ୍ ସେବା ପାଇଁ ୭୦୦ କୋଟି, ବୟନ ଶିଳ୍ପରେ ୨୦୦ କୋଟି, ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ ୧, ୧୭୭ କୋଟି, ନୂଆ ସିମେଣ୍ଟ କାରଖାନା ସ୍ଥାପନ ପାଇଁ ୨୫୦୦ କୋଟି ଏବଂ ମେଟାଲ କ୍ଷେତ୍ରରେ ୬୦୦୦ କୋଟି ଟଙ୍କା ବିନିଯୋଗ କରାଯିବ।

Comment