ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ନିର୍ବାଚନ କମିଶନ ସୋମବାର ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ  https://eci.gov.in ଉନ୍ମୋଚନ କରିଛନ୍ତି। ଏହି ନୂଆ ୱେବସାଇଟକୁ ସହଜରେ ବ୍ୟବହାର କରାଯାଇପାରିବ। ଏହି ୱେବସାଇଟ ମାଧ୍ୟମରେ ନିର୍ବାଚନ କମିଶନଙ୍କ ପ୍ରତ୍ୟକ ପଦକ୍ଷେପ ବିଷୟରେ ଅବଗତ ହୋଇପାରିବେ।

ବ୍ୟବହାରୀମାନଙ୍କୁ ଦୃଷ୍ଟିରେ ରଖି ଏହି ୱେବସାଇଟ କରାଯାଇଛି। ଏଥିରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ପ୍ରତ୍ୟେକ ସୂଚନା ସହଜରେ ପାଇପାରିବେ। ଏହି ୱେବସାଇଟକୁ ମୋବାଇଲ, ଟାବଲେଟ ଏବଂ କମ୍ପ୍ୟୁଟରରେ ଦେଖିହେବ।

ନିର୍ବାଚନ କମିଶନ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ତଥ୍ୟ ଏହି ୱେବସାଇଟରେ ସ୍ୱତନ୍ତ୍ର ଭାବେ ସୂଚିତ ହୋଇଛି। ଯାହାଦ୍ୱାରା ସମସ୍ତେ ଏହାକୁ ବ୍ୟବହାର କରିପାରିବେ।

ପ୍ରଧାନ ନିର୍ବାଚନ କମିଶନର ଓ.ପି. ରାୱତ କହିଥିଲେ, “ଆମେ ଆମର ନୂଆ ୱେବସାଇଟକୁ ନେଇ ବହୁତ ଉତ୍ସାହିତ। ଏବେ ଦେଶର ଯେକୌଣସି ନାଗରିକ ନିର୍ବାଚନ କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ସହଜରେ ପାଇପାରିବେ।”

ପୁରୁଣା ୱେବସାଇଟ ସହ ଲୋକମାନେ ଅଧିକ ପରିଚିତ ଥିବାରୁ ନିର୍ବାଚନ କମିଶନ ନୂତନ ୱେବସାଇଟ ସହ ପୁରୁଣା ୱେବସାଇଟ https://eci.nic.in କୁ ମଧ୍ୟ କିଛି ଦିନ ପାଇଁ ଜାରି ରଖିବାକୁ ନିଷ୍ପତି ନେଇଛନ୍ତି।

ୱେବସାଇଟରେ ପ୍ରାଥମିକ ଭାବେ ସିଟିଜେନ୍ସ, ଇଲେକ୍ଟର୍ସ, କ୍ୟାଣ୍ଡିଡେଟ୍ସ, ପଲିଟିକାଲ ପାର୍ଟି, ରିସର୍ଚ୍ଚର୍ସ, ମିଡିଆ ଏବଂ ଇସିଆଇ ଅଫିସିଆଲସ ସେକ୍ସନ ରଖାଯାଇଛି । ସାଇବର ନିରାପତ୍ତା ଦୃଷ୍ଟିରୁ ନୂଆ ୱେବସାଇଟ ସମ୍ପୂର୍ଣ୍ଣ ସୁରକ୍ଷିତ।

 

Comment