ଓଡ଼ିଶାଲାଇଭ୍ ବ୍ୟୁରୋ

କେବୁଲ ଏବଂ ଡିଟିଏଚ୍ ଉପଭୋକ୍ତାମାନେ ଏଣିକି ୧୩୦ ଟଙ୍କାରେ ୧୦୦ଟି ଚ୍ୟାନେଲ ଦେଖିପାରିବେ।
କେବୁଲ ଏବଂ ଡିଟିଏଚ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏଣିକି ନିଜ ମନପସନ୍ଦର ଚ୍ୟାନେଲ ଶସ୍ତାରେ ଦେଖିପାରିବେ। ଖାଲି ସେତିକି ନୁହେଁ, ଆପଣଙ୍କୁ ପସନ୍ଦ ଆସୁଥିବା ଚ୍ୟାନେଲର ଟଙ୍କା ଦେବେ। ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) କେବୁଲ ଏବଂ ବ୍ରଡବ୍ରାଣ୍ଡ ଇଣ୍ଡଷ୍ଟ୍ରି ପାଇଁ ନୂଆ ନିୟମ ଜାରି କରିଛି। ନୂଆ ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ନୂଆ ନିୟମ ଜାରି
- ଲୋକାଲ କେବୁଲ ଅପରେଟର୍ସ ଏବଂ ଡିଟିଏଚ୍ ପାଇଁ ନିୟମ ଜାରି
- ଆସନ୍ତା ଡିସେମ୍ବର ୨୯ରୁ ଦେଶବ୍ୟାପୀ ଲାଗୁ ହେବ ନିୟମ
- ଉପଭୋକ୍ତା କେବଳ ପସନ୍ଦୀୟ ଚ୍ୟାନେଲର ଟଙ୍କା ଦେବେ
- ନୂଆ ନିୟମରେ ଗ୍ରାହକ ହିତରେ ରହିବ
- ପ୍ରତି ଚ୍ୟାନେଲ ପାଇଁ ସ୍ଥିର ହୋଇଥିବା ମୂଲ୍ୟ ଇଲୋକ୍ଟ୍ରୋନିକ୍ସ ୟୁଜର ଗାଇଡରେ ଦେବାକୁ ପଡ଼ିବ।
- ଏହି ପଦକ୍ଷେପ ଯୋଗୁ ଚ୍ୟାନେଲ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବନି
- ୧୦୦ ଫ୍ରି ଟୁ-ଏୟାର ଚ୍ୟାନେଲ ପାଇଁ ୧୩୦ ଟଙ୍କା ଦେବାକୁ ପଡ଼ିବ
- ନୂଆ ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ



















