ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କଲା ବଲିଉଡ ଫିଲ୍ମ ‘ବଧାଇ ହୋ’।

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ କିଛି ଦିନ ପୂର୍ବରୁ ରିଲିଜ୍ ହୋଇ ସାରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମଟି ବଜାରରେ ଆୟ କରିବାରେ ଲାଗିଛି। ଏହି ଫିଲ୍ମଟି ସୁପରଷ୍ଟାର ଅମିର ଖାନ୍‌ଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ଥାନ’କୁ ମଧ୍ୟ ପଛରେ ପକାଇଛି।

ଭାରତରେ ଫିଲ୍ମଟି ୧୫୮.୨୫ କୋଟି ଟଙ୍କା ଆୟ କରି ଥିବାବେଳେ ବିଶ୍ୱସ୍ତରରେ ଏହା ୨୦୦କୋଟି ଟଙ୍କାରେ ପହଞ୍ଚିଛି। ଏହି ଫିଲ୍ମର ବଜେଟ ଥିଲା ୨୦ କୋଟି ଟଙ୍କା। ତେବେ ଫିଲ୍ମର ବ୍ୟୟ ଅନୁଯାୟୀ ଆୟ ବହୁତ ଅଧିକ ରହିଛି।

ଫିଲ୍ମର ଆୟ ଦେଖିବାକୁ ଗଲେ ପ୍ରଥମ ସପ୍ତାହରେ ଫିଲ୍ମଟି ୬୬.୧୦ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଦ୍ୱିତୀୟ ସପ୍ତାହରେ ୨୮.୧୫ କୋଟି, ତୃତୀୟ ସପ୍ତାହରେ ୧୫.୩୫ କୋଟି ଓ ଚତୁର୍ଥ ସପ୍ତାହରେ ୧୦.୮୦ କୋଟି ଟଙ୍କା ଆୟ କରିଥିଲା।

ଏହାଛଡ଼ା ସେହି ସମୟରେ ଫିଲ୍ମଟି ବିଦେଶରେ ମଧ୍ୟ ୭ କୋଟି ଟଙ୍କା ରୋଜଗାର କରିଥିଲା। ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସମେତ ନିନା ଗୁପ୍ତା ଓ ସାନିଆ ମଲହୋତ୍ରା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

ତେବେ କୁହାଯାଉଛି, ଆୟୁଷ୍ମାନଙ୍କ ଏହା ପ୍ରଥମ ଫିଲ୍ମ, ଯାହା ଦେଶବିଦେଶରେ ସଫଳତା ହାସଲ କରିଛି।

Comment