ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ମହାକୁମ୍ଭର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ।

ପୁରୁଷ ହକି ବିଶ୍ୱକପ୍ ନେଇ ଉତ୍ସବ ମୁଖର ହୋଇପଡ଼ିଛି ସ୍ମାର୍ଟ ସିଟି ଭୁବନେଶ୍ୱର। ନବବଧୂ ଭଳି ସଜେଇ ହେଉଛି ମନ୍ଦିର ମାଳିନୀ ସହର। ଏଥିସହ ମଙ୍ଗଳବାର ହକି ମହାକୁମ୍ଭର ଉଦ୍‌ଘାଟନୀ ଉତ୍ସବ ରହିଛି। ଏହି ଉତ୍ସବର ଚମକ ବଢ଼ାଇବା ପାଇଁ ଆସୁଛନ୍ତି ଅନେକ ନାମୀଦାମୀ କଳାକାର।

ତେବେ ସୋମବାର ହକି ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡ ଧକ୍‌ ଧ୍‌କ ଗାର୍ଲ ମାଧୁରୀ ଦୀକ୍ଷିତ। କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱରରେ ମାଧୁରୀଙ୍କୁ ସ୍ୱାଗତ କରାଯାଇଛି।

 

ଉଦ୍‌ଘାଟନୀ ଉତ୍ସବରେ ଏକ ହଜାର କଳାକାରଙ୍କ ସହ ନୃତ୍ୟ ପରିବେଷଣ କରିବେ ମାଧୁରୀ। ସେ “ଦି ଆର୍ଥ” ସଙ୍ଗୀତରେ ନୃତ୍ୟ କରିବେ ବୋଲି ଶୁଣିବାକୁ ମିଳିଛି। ପାଖାପାଖି ୪୦ ମିନିଟ୍ ଯାଏଁ ତାଙ୍କର ନୃତ୍ୟ ଦେଖିପାରିବେ ଦର୍ଶକ।

ଅପରପକ୍ଷରେ ମ୍ୟାଚ ପାଇଁ ୧୬ଟି ଦେଶର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ଥିବାବେଳେ ଏବେ ଧୀରେ ଧୀରେ ବଲିଉଡ ତାରକାମାନେ ପହଞ୍ଚୁଛନ୍ତି।

Comment